ଦୁଇଜଣ ଏ.ଟି.ଏମ. ଲୁଟେରାଙ୍କୁ ଧରି ପୋଲିସରେ ଜିମା ଦେଲେ ଲୋକେ

ବୌଦ୍ଧ,୨୪/୩ – ଆଜି ସକାଳ ପ୍ରାୟ 9 ଘଣ୍ଟା ସମୟରେ ବୁଟୁପାଲି ଠାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବୁଟୁପାଲି ଏ.ଡି.ବି. ଶାଖାର ଏ.ଟି.ଏମ. କାଉଣ୍ଟର ଭିତରେ ପଶି ଲୁଟ ଉଦ୍ୟମ କରୁଥିବା ଅଭିଯୋଗରେ ବୌଦ୍ଧ ଆଦର୍ଶ ଥାନା ପୋଲିସ୍ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବୁଟୁପାଲି ଠାରେ ଜାତୀୟ ରାଜପଥ ନମ୍ବର 57ର ପାର୍ଶ୍ବରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏ.ଡି.ବି. ଶାଖାର ଏ.ଟି.ଏମ. ଭାଙ୍ଗି ଲୁଟ ଉଦ୍ୟମ କରୁଥିବା ବେଳେ ସନ୍ଦେହ କରି ସ୍ଥାନୀୟ ଲୋକେ ବୌଦ୍ଧ ଥାନାକୁ ଖବର୍ ଦେଇଥିଲେ | ପୋଲିସ୍ ପହଂଚି ସେମାନଙ୍କୁ ଧରି ଥାନାକୁ ନେଇ ପଚରା ଉଚୁରା କରୁଥିବା ଜଣାପଡିଛି l ଉଭୟ ଯୁବକ ଉତ୍ତର ପ୍ରଦେଶର ଓ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପ୍ରାରମ୍ଭିକ ସୂଚନା ମିଳିଛି l ପୋଲିସ୍ ତଦନ୍ତ ସରିବା ପରେ ସେମାନଙ୍କ ସମ୍ପର୍କରେ ସବୁ ତଥ୍ୟ ଜଣା ପଡିବ ବୋଲି ଆଶା କରାଯାଉଛି l

Comments (0)
Add Comment