ହୀରାଞ୍ଚଳର ପ୍ରଭାବ ଖୋଲିଲା ଜଳଛତ୍ର, ପଥଚାରୀ ଆଶ୍ୱସ୍ତ

ବୌଦ୍ଧ/ବାଉଁଶୁଣୀ,୯/୪ – ଅସହ୍ୟ ଖରା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତରେ ଜଳଛତ୍ର ଖୋଲା ଯାଇ ନଥିବା ସମ୍ପର୍କିତ ଏକ ଖବର୍ ଦୈନିକ ହୀରାଞ୍ଚଳ 5 ତାରିଖ ସଂଖ୍ୟାରେ ପ୍ରକାଶ ପାଇଥିଲା l ଏହା ପରେ ବାଉଁଶୁଣି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ଗ୍ରାମ ପଞ୍ଚାୟତର ବିଭିନ୍ନ ୱାର୍ଡ ରେ ଜଲଛତ୍ର ମାନ ଗତକାଲି ଖୋଲା ଯାଇଥିବା ଦେଖିବାକୁ ମିଳିଛି l ବୌଦ୍ଧ ଜିଲ୍ଲା ରେ ସର୍ବାଧିକ ତାପମାତ୍ରା 43 ଡିଗ୍ରୀ ଉପରେ ରହୁଛି । ଦିନ 10 ଘଣ୍ଟା ବାଜିଗଲେ ରାସ୍ତା ଘାଟ ଶୁନ ଶାନ ହୋଇପଡୁଛି । ପାଣି ଟିକିଏ ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଜଳ ଛତ୍ର ଖୋଲା ଯାଇଥିବା ହେତୁ ଲୋକେ ଆଶ୍ୱସ୍ତି ଲାଭ କରିଛନ୍ତି |

Comments (0)
Add Comment