ବୌଦ୍ଧ,୮/୩- ଗତକାଲି ଶୁଣ୍ଢ1ପଦର ଗ୍ରାମ ପଞ୍ଚାୟତ ବାରଡୋଲ ଗାଆଁ ମୁଣ୍ଡରୁ ମିଳିଥିବା ଶବ ଚିନ୍ହଟ ହୋଇଛି | ମୃତ ଦେହଟି ଗାଆଁର ସ୍ବର୍ଗତ ଏକlଦଶୀ ନାଏକଙ୍କ ପୁଅ ଜଗା (35) ର ବୋଲି ଜଣାପଡିଛି l ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବଡ଼ ଭାଇ ଶମ୍ଭୁ ନାଏକ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି | ଜଗାଙ୍କ ମୁହଁ ଓ ଶରୀରକୁ ପଥରରେ ଛେଚି ହତ୍ୟା କରିଥିବା ପୋଲିସ ପକ୍ଷରୁ ମଧ୍ୟ ସନ୍ଦେହ କରାଯାଉଛି l ହତ୍ୟାର କାରଣ ଏଯାଏଁ ଜଣା ପଡି ନଥିବା ବେଳେ ପୋଲିସର ତଦନ୍ତ ଜାରୀ ରହିଛି | ମିଳିଥିବା ସୂଚନା ଅନୁଯାୟୀ ମୃତ ଜଗା ଏକାଧିକ ମହିଳାଙ୍କୁ ବିବାହ କରିଥିଲେ | ପୁର୍ବରୁ ସେ କୁଣ୍ଢ1ପଦର ଗ୍ରାମରେ ରହି କଟକ ଜିଲ୍ଲାରେ ଇଟା ଭାଟିରେ କାମ କରୁଥିଲେ | ଗତ ଦୁଇ ମାସ ହେଲା ଘରକୁ ଆସି ଶାନ୍ତିପାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଇଟା ଗଢୁଥିଲେ l ଶବ ବ୍ୟବଚ୍ଛେଦ ଓ ପୋଲିସର ତଦନ୍ତ ରିପୋର୍ଟ ଆସିଲେ ହତ୍ୟାକାଣ୍ଡର କାରଣ ଓ କିଏ ହତ୍ୟା କରିଛି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି l