ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ପାଇଁ ୩ଟି ଜବରଦଖଲ ଦୋକାନ ଭଙ୍ଗାହେଲା

ସମ୍ବଲପୁର : ଲକଡାଉନ ସତ୍ତେ୍ୱ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ଆଜି ସ୍ଥାନୀୟ ଶକ୍ତିସଙ୍ଘ ପଛପଟେ ଜବରଦଖଲରେ ନିର୍ମିତ ତିନୋଟି ଦୋକାନ ଘର ଭଙ୍ଗାହେଲା । ଆଜିକାର ଏହି ଅଭିଯାନ ଅତି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ମହାନଗର ନିଗମ ପକ୍ଷରୁ ଡା ଶୁଭଙ୍କର ମହାନ୍ତି, ପ୍ରବର୍ତ୍ତନ ଅଧିକାରୀ ଓ ପୁଲିସ ପ୍ରଶାସନ ପକ୍ଷରୁ ଏସଡିପିଓ ତପନ ମହାନ୍ତି ଓ ଟାଉନ ଥାନା ଆଇଆଇସି ରମେଶ ୋରା ପୁଲିସ ବଳ ସହିତ ଘଟନାସ୍ଥଳରେ ଉପସ୍ଥିତ ରହି ଆଜିର କାର୍ଯ୍ୟ ତଦାରଖ କରୁଥିଲେ । ଆଜିର ଅଭିଯାନ ବିଷୟରେ ଜଣାଇ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଲେ ଯେ ଉକ୍ତ ସ୍ଥାନଟି ସଙ୍କୀର୍ଣ୍ଣ ହୋଇଥିବାରୁ ସେଠାକୁ ଉଚ୍ଚକ୍ଷମତା ସମ୍ପନ୍ନ କରେଣ୍ଟ ଆସିପାରୁନଥିଲା ଓ ଏହି କରେଣ୍ଟ ବିନା ସେଠାରେ ୪୦ଫୁଟ ଉପରକୁ ଓଜନିଆ ଲୌହ ନିର୍ମାଣ ସାମଗ୍ରୀ ନେବା ସମ୍ଭବ ହେଉନଥିଲା । ଏଣୁ ଜବରଦଖଲରେ ଥିବା ତିନୋଟି ଦୋକାନ ଆଜି ଭଙ୍ଗାହେଲା । ସେ ପୁଣି କହିଲେ ଯେ ଉକ୍ତ ସ୍ଥାନରେ ଦୁଇ ପ୍ରମୁଖ ଧର୍ମର ପୀଠସ୍ଥଳି ରହିଛି, ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତି ସମ୍ବେଦନଶୀଳତା ସହିତ ପଦକ୍ଷେପ ନେବାକୁ ପଡୁଛି । ସେଠାରେ ଗୋଟିଏ ପଟେ ଭୁବନେଶ୍ୱରୀ ମନ୍ଦିର ଓ ଅନ୍ୟପଟେ ପୀରବାବା ମଜାର ରହିଛି, ଏଣୁ ସମସ୍ତ ସତର୍କତା ସହିତ ଜବରଦଖଲ ହଟାଯାଉଛି । ଡା. ମହାନ୍ତି କହିବା ଅନୁସାରେ ଆଜିର ଅଭିଯାନକୁ ଏକ ସଫଳ ଅଭିଯାନ କୁହାଯିବ କାରଣ କୌଣସି ପ୍ରକାରେ ଅଶାନ୍ତି ଉପୁଜିପାରିନଥିଲା । ଇନ୍ସପେକ୍ଟର ୋରା କହିଲେ ଯେ ସତର୍କତା ଅବଲମ୍ବନ କରିବା ସହିତ ପରିସ୍ଥିତିର ମୁକାବିଲା ଓ ନିୟନ୍ତ୍ରଣ ପାଇଁ ତିନି ପ୍ଲାଟୁନ ପୁଲିସ ବଳ ରିଜର୍ଭ ରଖାଯାଇଥିଲା ।

Comments (0)
Add Comment