ମୁଖ୍ୟ ଶାସନ ସଚିବଙ୍କ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ଗସ୍ତ

ଦାରିଙ୍ଗବାଡି : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତର ୨ୟ ଦିନରେ ରବିବାର ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି । ମୁଖ୍ୟ ଶାସନ ସଚିବ ରବିବାର ପ୍ରଥମେ ଜି.ଉଦୟଗିରି ସ୍ଥିତ ସମନ୍ନିତରେ ଥିବା ହଳଦୀ ଗୁଣ୍ଡ ପ୍ରୋସେସିଂ ୟୁନିଟ୍‌ ବୁଲି ଦେଖିବା ସହିତ ଜି.ଉଦୟଗିରିରେ ନୂତନ ଭାବେ ଓପିଟିସିଏଲ ଦ୍ୱାରା ନିର୍ମିତ ୧୩୨/୩୩ କେଭି ବିଦ୍ୟୁତ ଷ୍ଟେସନ ପରିଦର୍ଶନ କରିବା ପରେ ସ୍ଥାନୀୟ ସ୍ମାର୍ଟ ବାଳିକା ଉଚ୍ଚ଼ ବିଦ୍ୟାଳୟ ବୁଲି ପରିଦର୍ଶନ କରିଥିଲେ । ଏହାପରେ ସଚିବ ରାଇକିଆ ଅଭିମୁଖେ ଆସି ପର୍ଯ୍ୟଟନ ସ୍ଥଳୀ ମଣ୍ଡାସରୁ କୁଟି ପରିଦର୍ଶନ କରିଥିଲେ ଏହାପରେ ସଚିବ ଦାରିଙ୍ଗବାଡି ବ୍ଲକ ଗସ୍ତରେ ଆସି ଇକୋ ରିଟ୍ରିଟ ସ୍ଥଳ ଦେଖିବା ସହିତ ଆଗାମୀ ୫ବର୍ଷ ଧରି ଦାରିଙ୍ଗବାଡିରେ ଇକୋ ରିଟ୍ରିଟ ଅନୁଷ୍ଠିତ ହେବା ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ସେ ଦାରିଙ୍ଗବାଡି ଓ କ.ନୂଆଁଗାଁ ବ୍ଲକ ସୀମାନ୍ତରେ ଦୀର୍ଘ ୭ବର୍ଷ ଧରି ଅଧପନ୍ତରିଆ ଭାବେ ଥିବା ସିର୍ତିଗୁଡ଼ା ୨୨୦/୩୩ କେଭି ବିଦ୍ୟୁତ ଗ୍ରୀଡ ଷ୍ଟେସନ ପରିଦର୍ଶନ କରି ଗ୍ରୀଡ ଷ୍ଟେସନ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ କାରଣ ବାବଦରେ ବୁଝିବା ସହିତ କିଭଳି ଖୁବଶୀଘ୍ର ଗ୍ରୀଡ ଷ୍ଟେସନ କାର୍ଯ୍ୟକ୍ଷମ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ । ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ସମୟରେମୁଖ୍ୟ ଶାସନ ସଚିବଙ୍କ ସହ କନ୍ଧମାଳ ଜିଲ୍ଲାପାଳ ଡଃ. ବୃନ୍ଦାଡି ଡିଆରଡିଏ ପି.ଡି ବିଶ୍ୱରଞ୍ଜନ ନାୟକ, ଡିଏଫଓ ଲକ୍ଷ୍ମୀ ନାରାୟଣ ବେହେରା, ବାଲିଗୁଡା ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର,ଜି-ଉଦୟଗିରି ବିଡିଓ ବିଜୟ କୁମାର ପ୍ରଧାନ, ତହସିଲଦାର ଜନ୍ମେଜୟ ସାହୁ, ରାଇକିଆ ବିଡିଓ ସ୍ମରଣିକା ଟୁଲୋ ତହସିଲଦାର ହର ପ୍ରସାଦ ଭୋଇ,ଦାରିଙ୍ଗବାଡି ବିଡିଓ କଳାକୃଷ୍ଣ ପ୍ରଧାନ ତହସିଲଦାର ଚାର୍ଲେସ ନାୟକ ଥାନା ଅଧିକାରୀ କୌଶିକ ମାଝୀ ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଲ୍ଲିକଙ୍କ ସମେତ ଜିଲ୍ଲାର ବିଭିନ୍ନ ପଦାଧିକାରୀ ମାନେ ସାଥିରେ ଥିଲେ ।

Comments (0)
Add Comment