ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୟାଣ୍ଡଉଇଚ୍‌ର ପ୍ରସ୍ତୁତି ଶିଖାଇଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର: ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନିକଟରେ ପ୍ରଶାସନ ପକ୍ଷରୁ ମହାନଦୀ ପୋଲ ନିକଟସ୍ଥ ହିକୁଡି ଠାରେ ତିଆରି ହୋଇଥିବା କଫିଟେରିଆରେ ହଠାତ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପହଞ୍ଚି ଦାୟିତ୍ୱରେ ଥିବା ମାମାନଙ୍କୁ ଖାଦ୍ୟ ପ୍ରସ୍ତୁତିରେ ଯୁଗୋପଯୋଗୀ ହେବାପାଇଁ ପରାମର୍ଶ ଦେଇ ବର୍ତ୍ତମାନ ଗ୍ରାହକଙ୍କ ଖାଦ୍ୟରୁଚିକୁ ଦୃଷ୍ଟିରେ ରଖି ଖାଦ୍ୟ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ ଦେଇ ନିଜେ ସ୍ୟାଣ୍ଡଉଇଚ୍‌ ପ୍ରସ୍ତୁତ କରି ମାଁ ମାନଙ୍କୁ ଚକିତ କରିଦେଇଥିଲେ । ଜିଲ୍ଲାପାଳଙ୍କ ଏତାଦୃଶ କାର୍ଯ୍ୟରେ କାଫେଟେରିଆ ଦାୟିତ୍ୱରେ ଥିବା ସମସ୍ତ ମହିଳା ଅଭିଭୂତ ହୋଇପଡିଥିଲେ । ଜିଲ୍ଲାପାଳଙ୍କ ଏପରି ପଦକ୍ଷେପକୁ ଜିଲ୍ଲାର ଜନସାଧାରଣ ଖୁବ ପ୍ରଶଂସା କରିଛନ୍ତି ।

Comments (0)
Add Comment