ନିର୍ମାଣାଧିନ ମହାନଦୀ ପୋଲ ଛାତରୁ ଖସି ଶ୍ରମିକଙ୍କ ମୃତ୍ୟୁ

ବୌଦ୍ଧ,୫/୩ – ହରଭଙ୍ଗା ବ୍ଲକ୍ ଧଳପୁର – ଆଠମଲ୍ଲିକ ମହାନଦୀ ସେତୁରେ କାମ କରୁଥିବା ଜଣେ ଶ୍ରମିକ 40 ଫୁଟ୍ ତଳକୁ ଖସି ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ରାତିରେ କାମ ସାରି ପୋଲ ଉପରୁ ତଳକୁ ଓଲ୍ହାଉ ଥିବା ବେଳେ ଖସି ପଡି ସମୀର ଘୋଷ (20 ବର୍ଷ) ନାମକ ଜଣେ ଶ୍ରମିକ ମୃତ୍ୟୁ ହୋଇଛି | ତାଂକର ଘର ପଶ୍ଚିମ ବଙ୍ଗ ରାଜ୍ୟ ମାଲଦା ଅଞ୍ଚଳରେ ବୋଲି ଜଣାପଡିଛି l ପ୍ରାୟ 40 ଫୁଟ୍ ତଳକୁ ଖସି ପଡିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା l ତାଙ୍କୁ ଉଦ୍ଧାର କରି ପ୍ରଥମେ ଧଲପୁର୍ ଡାକ୍ତରଖାନାକୁ ଆଣିଥିଲେ ଓ ପରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ବେଳେ ବାଟରେ ତାଂକର ପ୍ରାଣବାୟୁ ଉଡି ଯାଇଥିଲା l ଗତ ଜାନୁଆରି ମାସ 16 ତାରିଖରେ ମଧ୍ୟ ଜଣେ ସେଣ୍ଟରିଙ୍ଗ ମିସ୍ତ୍ରୀ ମନୁ ଗୁନ୍ଜ (30) କାମ କରୁଥିବା ବେଳେ ତଳକୁ ଖସି ପଡି ମୃତ୍ୟୁ ବରଣ କରିଥିଲେ | କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଶ୍ରମିକ ମାନଂକ ସୁରକ୍ଷା ଉପରେ ଆଦୌ ଦ୍ରୁଷ୍ଟି ଦେଉ ନଥିବା ଯୋଗୁଁ ବିଭିନ୍ନ ସମୟରେ ଶ୍ରମିକ ମାନଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି | ହରଭଙ୍ଗା ପୋଲିସ୍ ଦୁର୍ଘଟଣାର ତଦନ୍ତ କରୁଥିବା ଜଣାପଡିଛି l

Comments (0)
Add Comment