ଚକୁଳିଆ ପଣ୍ଡା ବେଶରେ ଟାଉନ୍ ପୁଲିସ୍‌ର କରୋନା ସଚେତନତା

ଢେଙ୍କାନାଳ : ଓଡଶା ପୋଲିସ କୋଭିଡ୍‌-୧୯ ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଉଦେଶ୍ୟରେ ଁ ଅନେକ ପ୍ରକାରର ସଚେତନାତା ଭିତ୍ତିକ କାର୍ଯ୍ୟମକୁ ପରିବେଷଣ କରୁଥିବା ଦେଖାଯାଇଛି । ସେହିପରି ଢେଙ୍କାନାଳ ପୋଲିସ ଆଜି ଏକ ନୁତନ ର୍ପକାରର “ଚକୁଳିଆ ପଣ୍ଡା” କାର୍ଯ୍ୟକ୍ରମ ହାତକୁ ନେଇ ସକାଳ ସମୟରେ ଏହାକୁ ସହରର ରାଜରାସ୍ତାରେ ପରିବେଷଣ କରିଛି । ଁଢେଙ୍କାନାଳ ସହର ଲକ୍‌ଡାଉନ୍ ହୋଇଥିବାବେଳେ ଏହାକୁ ଅମାନ୍ୟ କରୁଥିବା ଉଦ୍ଧତ ଯୁବକଙ୍କୁ ଟାଉନ୍ ପୋଲିସ୍ ସଚେତନକରିବା ପାଇଁଁ ଅନେକ ପଦକ୍ଷେପ ନେଇଛି କତେ ବେଳେ ଗୋଲାପ ଫୁଲ ଦେଇ ତ ଅନ୍ୟ କେତେବେଳ ମାକ୍ସ ଦେଇ କରୋନା କୁ କିପରି ପ୍ରତିହତ କରିବେ ସେ ବିସୟରେ ବୁଝାଇଚି । ହେଲେ ଆଜିର କଥା ସମ୍ପୁର୍ଣ୍ଣ ଅଲଗା ଥିଲା ସୋମବାର ସକଳ ସମୟରେ ଟାଉନ୍‌ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ଞାନ ରଂଜନ ସାମଲଙ୍କ ନେତୃତ୍ୱରେ ଗଠିତ ଏକ ଟିମ ଚକୁଳିଆ ପଣ୍ଡା ବେଶର ବାହାରି ସହର ରାଜ ରସ୍ତାରେ ଗୀତ ବୋଲି କରୋନା ଭୁତାଣୁକୁ କିପରି ପ୍ରତିହତ କରାଯାଇପାରିବ ସେ ସଂପର୍କରେ ଘରୁ ବାହାରକୁ ଯାଇ ଫେରିବା ସମୁରେ ସାବୁନରେ ହାତକୁ ଅତିକ୍ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବରେ ଧୋଇ ଘର ଭିତରକୁ ପ୍ରବବେଶ କରିବ । ଘରୁ ବାହରକୁ ଯିବା ସମୟରେ ମହଁରେ ମାକ୍ସ ବା ରୁମାଲକୁ ଦେ ଭଲ ଭାବରେ ଢାଙ୍କବ । ଅତ୍ୟାବଶ୍ୟକ ସାମଗ୍ରୀ ନିମନ୍ତେ ଦୋକାନରୁ ଜିନିଷ କଣିିଲା ସମୟରେ ସାମାଜିକ ଦୁରତ୍ୱ ରକ୍ଷାକରିବ । ଅତି ଜରୁରୀ ନ ପଡିଲେ ଘରୁ ବାହାରକୁ ନ ଆସିବା ,ଏବଂ ଘରେ ରହିଲେ ଆମେ ସୁରକ୍ଷିତ ରହିବା ଭଳି କଥା ବସ୍ତୂକୁ ଚକୁଳିଆ ପଣ୍ଡ ଗୀତ ମାଧ୍ୟମରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ସହର ବାସି ବଡ ଉତ୍ସାହର ସହ ଅନୁଭବ କରୁଥିବାର ଦେଖାଯାଇଥିଲା । ସମସ୍ତ ସହର ବାସୀ ଏହି କଥାକୁ ସମ୍ମାନ ସହ ପାଳନ କରିବେ ବୋଲି ସଂକଳ୍ପ ନେଇଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ପି,ଏସ,ଆଇ ଦେବାଶିଷ ଶତପଥୀ, ହିୁମାଶୁଂ ଶେଖର ପତି, ଈତିଶ୍ରୀ ବେହେରା, ପ୍ରୀୟଦର୍ଶିନୀ ଇପସିତା, ଆର.ଆଇ କବୀରାଜ ସେଠୀ, ସୁରେଶ ଚନ୍ଦ୍ର ପଣ୍ଡା, ଓ ,ପି,ଏସ ରଞନ କୁମାର ପ୍ରମୁଖ ପରିଚାଳନରେ ସହେଯାଗ କରିଥିଲେ ।

Comments (0)
Add Comment