ଅସହାୟ ବିଧବା ଶୈଳଙ୍କ ପାଇଁ ସରକାରୀ ଯୋଜନା ସାତ ସପନ


ଜହ୍ନାପଙ୍କ,୧୮/୪;ରାଜ୍ୟ ଓ କେନ୍ଦ୍ର ସରକାର ଜନ୍ମଠାରୁ ମମତା ଯୋଜନା ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ଯୋଜନା କରିଛନ୍ତି ହେଲେ ଏହି ଯୋଜନା ଶୈଳଙ୍କ ପାଇଁ ଅପହଞ୍ଚ ହୋଇପଡିଛି।ସୂଚନାମତେ ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମରେ ରହନ୍ତି ଶୈଳ ପ୍ରଧାନଙ୍କ ପରିବାର। ପରିବାର କହିଲେ ପୁଅ ବୋହୂ ଓ ଦୁଇ ଝିଅ। ଦୁଇ ବର୍ଷ ହେଲା ସ୍ବାମୀ କଇରା ପ୍ରଧାନ ଆରପରିରେ। ଆଜି ପର୍ଯ୍ୟନ୍ତ ପଞ୍ଚାୟତକୁ ଦୌଡ଼ି ଦୌଡ଼ି ଥକି ପଡ଼ିଲେ ସୁଦ୍ଧା ହରିଶ୍ଚନ୍ଦ୍ର ଟଙ୍କା ପାଇନାହାନ୍ତି।ପରିବାର ଏକ ମାତ୍ର ରୋଜଗାର କ୍ଷମ ସ୍ଵାମୀ ଚାଲିଗଲା ପରେ ବିପିଏଲ ହିତାଧିକାରୀ ହୋଇଥିଲେ ମଧ୍ୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କା ମଧ୍ୟ ପାଇନାହିଁ।ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ଆଜିଯାଏ ଭତ୍ତା ମିଳିନାହିଁ। ରାଜ୍ୟ ଓ କେନ୍ଦ୍ର ସରକାର କଚ୍ଚା ଘରେ ବସବାସ କରୁଥିବା ପରିବାର ପାଇଁ ବିଜୁପକ୍କା ବା ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଘୋଷଣା କରିଥିଲେ ମଧ୍ୟ ଶୈଳଙ୍କ ପରିବାର ଠାରୁ ଧନୀ ବା ପକ୍କାଘର ଥିଲା ଲୋକଙ୍କୁ ଆବାସ ଯୋଜନା ମିଳୁଥିବା ବେଳେ ତାଙ୍କ ପାଇଁ ସାତ ସପନବୋଲି କୋହଭରା କଣ୍ଠରେ କୁହନ୍ତି ଶୈଳ।ଯିଏ ମୋଟା ଅଂକର ଲାଞ୍ଚ ଦେଉଛି ସେ ହିଁ ପକ୍କାଘର ପାଉଥିବା ଅଭିଯୋଗ କରିଛନ୍ତି।ଏକମାତ୍ର ପୁଅ ଜଣେ ଡ୍ରାଇଭର ଏବଂ ସେ ଆଦର୍ଶ ବିଦ୍ୟାଳୟ ରେ ଭଡାରେ ଲାଗିଥିବା ଏକ ଘରୋଇ ଗାଡି ଚଳାଉଥିଲେ।ସେଥିରୁ ଜାହାମିଳେ କଷ୍ଟେମଷ୍ଟେ ପରିବାର ଚାଲୁଥିଲା।କିନ୍ତୁ ଗତ ୨୦୨୦ ମାର୍ଚ୍ଚ ରୁ କରନା ପାଇଁ ସ୍କୁଲ ଖୋଳୁନଥିବାରୁ ତାଙ୍କ ରୋଜଗାର ବନ୍ଦ ହୋଇଯାଇଛି।ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ଗରିବ ପରିବାରକୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments (0)
Add Comment