ସମ୍ବଲପୁର: କରୋନା ମହାମାରୀ ସମୟରେ ଜୀବନ ରକ୍ଷାକାରୀ ରକ୍ତଦାନ ନେଇ ଓଡିଶାର ୪ କୋଟି ଜନତାଙ୍କ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନସେ କ୍ରମେ “ଓଡିଶା ମୋ ପରିବାର” ଆନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜ଼ିଲ୍ଲା ସଂଯୋଜିକା କବିତା ପୁରୋହିତଙ୍କ ସଂଯୋଜନା ରେ ଦଳର ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା l ବିଜୁ ଜନତା ଦଳ ଜ଼ିଲ୍ଲା ସଭାପତି ଇଂ.ସିଦ୍ଧାର୍ଥ ଦାସଙ୍କ ନେତୃତ୍ୱରେ ଏହି ଶିବିରକୁ ଦଳର ରାଜ୍ୟ ସାଧାରଣ ସମ୍ପାଦିକା ତଥା ପୂର୍ବତନ ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀ ଓ ପୂର୍ବତନ ରାଜ୍ୟସଭା ସାଂସଦ ପ୍ରମିଳା ବହିଦାର ଯୋଗଦେଇ ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ଫଟୋ ଚିତ୍ରରେ ପୂଜନ ପୂର୍ବକ ଶୁଭାରମ୍ଭ କରିଥିଲେ l କରୋନା କଟକଣା ଓ ସାମାଜିକ ଦୂରତ୍ୱ ନିୟମ ରକ୍ଷା କରିବା ସହିତ ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ରକ୍ତଦାନ ଶିବିର ରେ ପ୍ରଥମ ଦିନ ସମୁଦାୟ ୪୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଓଡିଶାରୁ ରକ୍ତ ସଙ୍କଟ ଦୂର କରିବା ପାଇଁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସପ୍ତାହେ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ରକ୍ତଦାନ ଶିବିର ପରିଚାଳନା ରେ ଦେବେନ୍ଦ୍ର କିଶୋର ପତି, ଶୈଳେଶ ଦାନୀ, ନିଶାନ୍ତ ଦୀକ୍ଷିତ, ପ୍ରିୟଦର୍ଶୀ ଅମିତାଭ ଷଡ଼ଙ୍ଗୀ, ଖରାଁସୁ ଦେବ, ବିଜୟ ସ୍ୱାଇଁ, ଅଶୋକ ମହାକୁର, ଲିଙ୍ଗରାଜ ତ୍ରିପାଠୀ, ଦିଲୀପ ଦାଶ, ଆଶିଷ ମିଶ୍ର, ନିଶିଥ ଆକାଶ, ଅମିତ ନାଥ, ସୁବର୍ଣ୍ଣ ମୟୀ ନାୟକ, ମିତାଲି ସାହୁ, ତାପସ ପଳେଇ, ସୁନୀଲ ମିଶ୍ର, ପ୍ରଦୀପ ଦୋରା, ଜୟ ନାରାୟଣ ନାଗ, ବୃନ୍ଦାବନ ବେହେରା, ନୃସିଂହ ସେଠୀ, ସୁନୀଲ ନାୟକ, ମନବୋଧ ସାହୁ, ଅଭିମନ୍ୟୁ ରାଉତ, ସୌମେନ୍ଦ୍ର ହୋତା, ଶଙ୍କର ପଣ୍ଡା, ସୁବାଶିଷ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l ଏହା ସହିତ ବିଜୁ ଜନତା ଦଳର ବରିଷ୍ଠ ନେତୃ ମଣ୍ଡଳୀ ରୂପେ ଅଶୋକ ସେନାପତି, ଗୋକୁଳ ମେହେର, ହୀରାଲାଲ ବେହେରା, ମହମଦ ସନାଉଲ୍ଲା, ଫଣିନ୍ଦ୍ର ପଟନାୟକ, ପ୍ରଫୁଲ୍ଲ ଦାଶ, ସତ୍ୟେନ୍ଦ୍ର ଦାଶ, ଦୁଲାଲ ରାୟ, ପ୍ରଶାନ୍ତ ଥାପା, ମାୟା ଧର ଜେନା, ଶେଷଦେବ ମହାକୁଡ଼, ହରବିନ୍ଦର ସିଂ,ବବୃ ବାହାନ ଭୋଇ, ଚିତ୍ତ ରଞ୍ଜନ ପଣ୍ଡା, ଵିକ୍ରମା ଦିତ୍ୟ ସିଂଦେଓ, ପ୍ରମୁଖ ଯୋଗଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଏହି ରକ୍ତଦାନ ଶିବିରରେ ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଅଧିକାରୀ ଡ଼. କଳ୍ପେସ କକଡ଼, ଲେବ ଟେକନିସିଆନ ସନ୍ତୋଷ କୁମାର ଗୌଡ଼, ଗୀତାଞ୍ଜଳି ହୋତା, ଓମ ପ୍ରକାଶ ପଣ୍ଡା, କାମଦେବ ପଟେଲ ଓ ମନବୋଧ ନାୟକ ଯୋଗଦେଇ ଏହି ରକ୍ତ ସଂଗ୍ରହ ଅଭିଯାନରେ ସହଯୋଗ କରିଥିଲେ l