ରାଜ୍ୟରେ ପ୍ରଥମ ଥର ପାଇଁ ଗଜପତି ଜିଲ୍ଲାରେ ସ୍ୱାବ ନମୁନା ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର ସ୍ୱାବ ମୋବାଇଲ ଯାନକୁ ଗଜପତି ଜିଲ୍ଲାପାଳ ଅନୁପମ ସାହା ଶୁଭ ଉଦଘାଟନ କରିଛନ୍ତି।ଏହି ଭ୍ୟାନ ଜିଲ୍ଲାର ପ୍ରତ୍ୟେକ ଗ୍ରାମକୁ ଯାଇ ସ୍ୱାବ ନମୁନା ସଂଗ୍ରହ କରିବା ସହ ବାରମ୍ବାର ସାନିଟାଇଜେସନ କରିବାର ସୁବିଧା ଏଥିରେ ରହିଛି ପ୍ରତିଦିନ ଶହେ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରିବା ସହ ଏହି ଭ୍ୟାନ କୋରନା ସଂକ୍ରମିତ ଙ୍କ ସଂସ୍ପର୍ଶରେ ଆସିଥିଲେ ଘର ନିକଟକୁ କୋଭିଡ଼ ମୋବାଇଲ ଭ୍ୟାନ ଓ ମେଡିକାଲ ଦଳ ସହ ପହଞ୍ଚି ବାର ସୂଚନା ରହିଛି । ଏହି କାର୍ଯ୍ୟକ୍ରମରେ ଗଜପତି ଏସପି ସାରା ଶର୍ମା,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଗୁନୁ ରାଣି ପଟ୍ଟନାୟକ ଓ ବହୁ ଅଧିକାରୀ ଉପସ୍ଥିତ ଥିଲେ ।