ଝାରସୁଗୁଡାର ୨୭ଟି ଗ୍ରାମରେ ବେଦାନ୍ତ ତରଫରୁ ହସ୍ତ ପ୍ରକ୍ଷାଳନ ଏବଂ ହସ୍ତ-ସ୍ୱଚ୍ଛତା ଅଭିଯାନ

ଝାରସୁଗୁଡା, ଓଡିଶା: ୦୪ ନଭେମ୍ବର ୨୦୨୦: ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ତରଫରୁ ଝାରସୁଗୁଡାର ପରିପାର୍ଶ୍ଵିକ ୨୭ଟି ଗ୍ରାମରେ ହସ୍ତ ପ୍ରକ୍ଷାଳନ ଏବଂ ସ୍ୱଚ୍ଛତା ନେଇ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି I ଝାରସୁଗୁଡା ସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଳିତ ସହଭାଗିତାରେ ଏହି ଅଭିଯାନ ୧୫ ଅକ୍ଟୋବର ରୁ ଆରମ୍ଭ ହୋଇ ୩୦ ଅକ୍ଟୋବରରେ ସମାପ୍ତ ହୋଇଛି, ଯେଉଁଥିରେ ଅଞ୍ଚଳର ପ୍ରାୟତଃ ୩୦୦୦ଜଣ ହିତାଧିକାରୀ ଭାଗନେଇ ଲାଭାନ୍ବିତ ହୋଇଛନ୍ତି I

ସାମ୍ପ୍ରତିକ କୋଭିଡ-୧୯ର ବ୍ୟାପକତାକୁ ଦୃଷ୍ଟିରେ ରଖି କମ୍ପାନୀର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ( ଏମଏଚୟୁ)ର ସ୍ୱାସ୍ଥ୍ୟ ସେବା କର୍ମୀମାନେ ହସ୍ତ ପ୍ରକ୍ଷାଳନର ଆବଶ୍ୟକତା ଏବଂ ସଠିକ ରୂପେ ଏହା କରିବାର ବିଧି ନେଇ ପାର୍ଶ୍ଵବର୍ତ୍ତୀ ୨୭ଟି ଗ୍ରାମରେ ସଚେତନତା ସେସନ ଆୟୋଜନ କରିଥିଲେ I ଏହା ସହିତ ସୂଚନାତ୍ମକ ସାମଗ୍ରୀ ତଥା ଅଡିଓ- ଭିଡିଓ ଗାଇଡ଼ ମଧ୍ୟ ଗୋଷ୍ଠୀ ସମୁଦାୟଙ୍କୁ ବିତରଣ କରାଯାଇଥିଲା I

                                ଏହି ପରିପ୍ରେକ୍ଷୀରେ ବେଦାନ୍ତ ଝାରସୁଗୁଡାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସି. ଏନ. ସିଂହ କହିଛନ୍ତି ଯେ ଅଞ୍ଚଳବାସୀଙ୍କ ଆବଶ୍ୟକତା ତଥା ସାମାଜିକ-ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ବହୁ ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ହାତକୁ ନେଇଛି I ସାମାଜିକ ଦାୟିତ୍ୱକୁ ତୁଲାଇବା ଦିଗରେ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଏକ ପ୍ରମୁଖ ବିଷୟ ବସ୍ତୁ I ଆମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ବାର୍ଷିକ ପ୍ରାୟତଃ ୩୭୦୦୦ ହିତାଧିକାରୀଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି I ଏ ଦିଗରେ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞକୁ ନେଇ ବହୁ-ବିଶିଷ୍ଟ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ ହୋଇଛି I କୋଭିଡ-୧୯ର ବ୍ୟାପକତା ପରେ ବେଦାନ୍ତ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଏବଂ ଗୋଷ୍ଠୀ ସମୁଦାୟଙ୍କୁ ବହୁ ମହତ୍ୱପୂର୍ଣ୍ଣ ତଥା ଆବଶ୍ୟକ ସହାୟତା ପ୍ରଦାନ କରିଆସିଛି, ଯାହାଦ୍ୱାରା ତୃଣମୂଳସ୍ତରରେ ଏହି ରୋଗକୁ ନେଇ ଅଧିକ ପ୍ରସ୍ତୁତିକରଣ ସମ୍ଭବ ହୋଇପାରିଛି I ବେଦାନ୍ତ ର ଏତାଦୃଶ ପ୍ରଚେଷ୍ଟାକୁ ପ୍ରଶଂସା କରି ଝାରସୁଗୁଡା ଅତିରିକ୍ତ ଜିଲ୍ଲା-ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ଡୋଳାମଣି ପଟେଲ କହିଛନ୍ତି ଯେ ବିଶ୍ବ ହସ୍ତ ପ୍ରକ୍ଷାଳନ ଦିବସ ଅବସରରେ ବେଦାନ୍ତ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଳିତ ସହଭାଗିତାରେ ପାର୍ଶ୍ଵବର୍ତ୍ତୀ ୨୭ଟି ଗ୍ରାମରେ ହସ୍ତ ପ୍ରକ୍ଷାଳନ ଏବଂ ହସ୍ତ-ସ୍ୱଚ୍ଛତା ନେଇ ଜନ ସଚେତନତା ଅଭିଯାନ ଆୟୋଜନ କରିଥିଲା ଯାହାକି  ପ୍ରାୟତଃ ୩୦୦୦ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିଛି I ବହୁ ରୋଗର ପ୍ରସାରକୁ ରୋକିବା ଦିଗରେ ସଠିକ ହସ୍ତ ପ୍ରକ୍ଷାଳନ ବିଧି ବହୁତ ଜରୁରୀ ଏବଂ ବର୍ତ୍ତମାନ ପରିସ୍ଥିତିରେ ଏହା ଅତୀବ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ଅଟେ I ସାର୍ବଜନିକ ସ୍ୱାସ୍ଥ୍ୟକୁ ଆଖିରେ ରଖି ବେଦାନ୍ତର ଏହି କାର୍ଯ୍ୟକ୍ରମ ନିହାତି ରୂପେ ଏକ ପ୍ରଶଂସନୀୟ ପଦକ୍ଷେପ ଅଟେ I ଏହି ଅଭିଯାନରେ ଭାଗନେଇ ସିରିଆପାଲି ଗ୍ରାମର କୃଷ୍ଣ ତନ୍ତୀ କହିଛନ୍ତି ଯେ କୋଭିଡ-୧୯ ସମୟରେ ବେଦାନ୍ତ ତରଫରୁ ଆୟୋଜିତ ହସ୍ତ ପ୍ରକ୍ଷାଳନ ସଚେତନତା ଅଭିଯାନରେ ଆମେ ଭାଗନେଇଥିଲୁ I ଏଥିରେ ହସ୍ତ ପ୍ରକ୍ଷାଳନର ଆବଶ୍ୟକତା ତଥା ସଠିକ ବିଧି ବିଷୟରେ ବିସ୍ତୃତ ଭାବରେ ଆମେ ଜାଣିବାକୁ ପାଇଲୁ I ଏହି କାର୍ଯ୍ୟକ୍ରମରେ ଆମେ ଭାଗ ନେଇ ଆମେ ଅମରେ ପରିବାରବର୍ଗଙ୍କୁ ମଧ୍ୟ ଏ ବିଷୟରେ ଶିଖାଇଲୁ, ଏଥିପାଇଁ ଆମେ ବେଦାନ୍ତକୁ ଧନ୍ୟବାଦ ଅର୍ପଣ କରୁଛୁ I

ବେଦାନ୍ତର ଜୀବିକା ନିର୍ବାହ, ମହିଳା ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଏବଂ ପରିଛନତା, ଜୈବ-ନିବେଶ ତଥା ଗୋଷ୍ଠୀ ଭିତ୍ତିଭୂମି ନେଇ ବିଭିନ୍ନ ସାମାଜିକ ପଦକ୍ଷେପ ଅଞ୍ଚଳର ପ୍ରାୟତ ୭୨ଟି ଗ୍ରାମରେ ପହଞ୍ଚିବା ସହିତ ବାର୍ଷିକ ୭୬୦୦୦ରୁ ଉର୍ଦ୍ଧ୍ବ ଲୋକ ଏହାଦ୍ୱାରା ଲାଭାନ୍ବିତ ହୋଇପାରୁଛନ୍ତି I ୩୩୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ୪୦୦୦ଜଣରୁ ଉର୍ଦ୍ଧ୍ବ ମହିଳାଙ୍କୁ ଆତ୍ମନିର୍ଭର କରିବା, ପ୍ରାୟତଃ ୩୨୦୦୦ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସୁବିଧା, ୫୦୦୦ରୁ ଉର୍ଦ୍ଧ୍ବ ଶିକ୍ଷାର୍ଥୀଙ୍କ ପାଇଁ ଗୁଣବତ୍ତା ମୂଳକ ଶିକ୍ଷା ବ୍ୟବସ୍ଥା, ଅଞ୍ଚଳର ଗୋଷ୍ଠୀ ସମୁଦାୟଙ୍କ ସହଭାଗିତାରେ ୧.୪୩ଲକ୍ଷ ବୃକ୍ଷରୋପଣ ତଥା ୫୬୮ରୁ ଉର୍ଦ୍ଧ୍ବ ଭିତ୍ତିଭୂମି ବିକାଶ ଦ୍ୱାରା ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶଧାରା ତ୍ୱରାନ୍ୱିତ ହୋଇପାରିଛି I

                                ଭାରତରେ ସବୁଜ ଧାତୁ, ଆଲୁମିନିୟମର ବୃହତ୍ତମ ଉତ୍ପାଦକ, ବେଦାନ୍ତ, ଓଡିଶାର ଝାରସୁଗୁଡାରେ ଏକ ବିଶ୍ୱ ସ୍ତରୀୟ ୧.୬ଏମଟିପିଏ ଆଲୁମିନିୟମ୍ ସ୍ମେଲଟର ଏବଂ ୩୬୧୫ମେଗାୱାଟ ତାପଜ ବିଦ୍ୟୁତ ଉତ୍ପାଦନ ବିଶିଷ୍ଟ ପ୍ରକଳ୍ପ ଚଳାଉଛି ।ଭାରତର ଏହା ଏକମାତ୍ର ଆଲୁମିନିୟମ ଉତ୍ପାଦକ ଯିଏକି ବିଶ୍ୱର “୧ ମିଲିୟନ ଟନ୍ ଉତ୍ପାଦନ ଏବଂ ରତ୍ପାନୀ  କ୍ଲବ” ର ଜଣେ ସଦସ୍ୟ ଅଟେ ।ଏଥିସହିତ ମୁଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦନରେ ଏହା ଏକ ଅଗ୍ରଣୀ କମ୍ପାନୀ ଯାହାକି ମୁଳ ଶିଳ୍ପଗୁଡିକରେ ଗୁରୁତ୍ୱପୁର୍ଣ୍ଣ ପ୍ରୟୋଗ କରିଥାଏ ।  ଦେଶର ଏକ ବୃହତ ବୈଷୟିକ ଯୋଗ୍ୟତା ଏବଂ ବିବିଧ କର୍ମଚାରୀ ସମୂହ ବିଶିଷ୍ଟ ଏହି କମ୍ପାନୀ, ଆଲୁମିନିୟମର ଉଦୀୟମାନ ପ୍ରୟୋଗ, ‘ଭବିଷ୍ୟତର ଧାତୁ’ ଦ୍ୱାରା ସମସ୍ତଙ୍କ ପାଇଁ ଏକ ସ୍ଥାୟୀ ତଥା ସବୁଜ ଭବିଷ୍ୟତ ସୃଷ୍ଟି କରିବା ଦିଗରେ କାର୍ଯ୍ୟରତ ରହିଛି I

Comments (0)
Add Comment