ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ବନପାହାଡ଼ ଘେରରେ ଅବସ୍ଥିତ ଜିଲ୍ଲାରେ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି । ଜିଲ୍ଲାରେ ୫ଟି ବ୍ଳକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥିବା ବେଳେ ୨ଟି ସାଧାରଣ ବ୍ଳକ ଅଟେ । ଜିଲ୍ଲାରେ ବିଭିନ୍ନ ପ୍ରକାର କୃଷି ଜାତ ଦ୍ରବ୍ୟ ଉତ୍ପାଦନ ହେଉଥିବା ବେଳେ ଦଲାଲଙ୍କ ହାତରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟ ଶାଗ ମାଛ ଦରରେ ବିକ୍ରୀ କରିଥାନ୍ତି । ନିଜର ଝାଳବୁହା ପରିଶ୍ରମ କରି ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇ ପାରୁନାହାଁନ୍ତି ।ଯାହା ଫଳରେ ସେମାନଙ୍କର ସାମାଜିକ ଅର୍ଥନୈତିକ ବିକାଶ ହୋଇ ପାରୁନାହିଁ । ସମାଜର ମୁଖ୍ୟ ସ୍ରୋତରେ ଆସି ପାରୁନାହାନ୍ତି ଯଦି ଜିଲ୍ଲାରେ ପ୍ରତ୍ୟେକ ବ୍ଳକରେ ଶୀତଳଭଣ୍ଡାର ହେଲେ ଚାଷୀ ଉତ୍ପାଦିତ କୃଷିଜାତ ଦ୍ରବ୍ୟ ବା ବନ୍ୟଜାତ ଦ୍ରବ୍ୟ ଶୀତଳ ଭଣ୍ଡାରରେ ସଂରକ୍ଷଣ ହୋଇ ପାରିଥାନ୍ତା ଏବଂ ଆବଶ୍ୟକ ସମୟରେ ଉଚିତ ମୂଲ୍ୟ ପାଇ ପାରିଥାନ୍ତେ । ଯଦି ଚାଷୀଙ୍କ ସକାଶେ ରଇତବଜାର ହୋଇପାରିଥାନ୍ତା ଚାଷୀ ନିଜର ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିଥାନ୍ତା ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ସକାଶେ ବିଭିନ୍ନ ଯୋଜନା କରି ଚାଲିଛନ୍ତି ।କିନ୍ତୁ ଯୋଜନା କେତେଦୂର ଫଳପ୍ରଦ ହୋଇ ପାରୁଛି ପ୍ରଶ୍ନବାଚି ସୃଷ୍ଟି କରିଛି । ଗଜପତି ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ଶୀତଳ ଭଣ୍ଡାର ହୋଇପାରିଲା ନାହିଁ । ରାଜ୍ୟ ସରକାରଙ୍କ ଘୋଷଣା ସୀମିତରେ ରହି ଯାଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଉଦ୍ୟାନ ବିଭାଗ ପରିସରରେ ଥିବା ଶୀତଳଭଣ୍ଡାରଟି କୋମା ଅବସ୍ଥାରେ ପଡି ରହିଛି । ଯନ୍ତ୍ରାଂଶ ଗୁଡିକ ଜଙ୍ଗ ଧରି ନଷ୍ଟ ହେବାକୁ ବସିଲାଣି ଏହାକୁ କାର୍ଯ୍ୟକ୍ଷମ କରାଇବା ରେ ବିଭଗୀୟ କର୍ତ୍ତୃପକ୍ଷଙ୍କର ଆନ୍ତରିକତା ନ ଥିବାରୁ ଶୀତଳଭଣ୍ଡାରଟି କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ଅଭିଯୋଗ ହେଉଅଛି । କଥାରେ ଅଛି ସରକାର କା ମାଲ ଦରିଆ ମେ ଡାଲ ନୀତିରେ ଶୀତଳ ଭଣ୍ଡାର ଯନ୍ତ୍ରାଂଶ ଗୁଡିକ ନଷ୍ଟ ହେବାକୁ ବସିଲାଣି କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ କେବଳ ବିଭଗୀୟ ଉପରସ୍ଥ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆ ଯାଇଛି କହି ନିରୁପାୟ ହୋଇ ବସିଛି ।