ଭିଜିଲାନ୍ସ ଜାଲରେ ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ

ଯାଜପୁର: ଆକ୍ସନ ମୁଡରେ ଭିଜିଲାନ୍ସ ବିଭାଗ । ଲାଞ୍ଚ ନେବା ଅଭିଯୋଗରେ ଚଢ଼ାଉ । ଜାଲରେ ପଡ଼ିଲେ ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ । ବନ୍ଦିତା ଦାଶଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଜଗତପୁର ସ୍ଥିତ ବାସଭବନରୁ ୫ ଲକ୍ଷ ୧୫ ହଜାର ୨୦୦ ଟଙ୍କା ଜବତ ହୋଇଛି।
ସୂଚନାଅନୁସାରେ, ଗତକାଲି ରାତିରେ ବିଲ୍ ପାସ୍ କରିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ବନ୍ଦିତା । ଏହା ପରେ ବନ୍ଦିତାଙ୍କ ଘରେ ଛଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଜଣେ ବ୍ୟକ୍ତିଙ୍କ ବକେୟା ବିଲ୍ ପାସ୍ କରିବା ପାଇଁ ସହକାରୀ ଯନ୍ତ୍ରୀ ଏବଂ ତାଙ୍କ ସହଯୋଗୀ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କର ଅନ୍ୟାନ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଜାରି ରହିଛି। ଆଜି ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।

Comments (0)
Add Comment