ମେଟ୍ରୋ ପ୍ରକଳ୍ପକୁ  ନେଇ ବଡ ବୟାନ ଦେଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ଵର:ରାଜ୍ୟରେ  ମେଟ୍ରୋ ପ୍ରକଳ୍ପକୁ  ନେଇ ବଡ ବୟାନ ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ମେଟ୍ରୋ ପ୍ରକଳ୍ପ ବାତିଲ୍ ହୋଇନି। ପ୍ରକଳ୍ପକୁ ସାମୟିକ ଭାବେ ସ୍ଥଗିତ ରହିଛି। ଭୁବନେଶ୍ଵର ମେଟ୍ରୋ କର୍ପୋରେସନ ବନ୍ଦ ହୋଇନି, ଅଫିସ କାମ ଚାଲୁଛି। ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଛି।  ଆନ୍ତଃ ମନ୍ତୀସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି।

ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି  ଲେଖିଛନ୍ତି ସାଂସଦ ଅପରାଜିତା ମହାନ୍ତି। ଏହି  ପ୍ରକଳ୍ପକୁ ବନ୍ଦ ନିଷ୍ପତ୍ତି ଉପରେ ପୁନଃବିଚାର କରିବାକୁ ଅପରାଜିତାଙ୍କ ଚିଠି। ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ପୁନଃବିଚାର କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସାଂସଦ ଅପରାଜିତା । ସେ କହିଛନ୍ତି ଯେ, କିଛି ପ୍ରକଳ୍ପ ଲାଭ ପାଇଁ ନୁହେଁ ବରଂ ଜନସାଧାରଣଙ୍କ ହିତ ପାଇଁ କରାଯାଏ।ଏହା ପୂର୍ବରୁ ମେଟ୍ରୋ  ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସାଂସଦ ସସ୍ମିତ ପାତ୍ର।

Comments (0)
Add Comment