ଅଧ୍ୟାପକ ଅଇରୀ ନାଶନ ଚିନ୍ଦାଙ୍କ ଆକସ୍ମିକ ବିୟୋଗ

କୋକସରା : କୋକସରା ବ୍ଳକ ସଦର ମହକୁମା ଡିଗ୍ରୀ ମହାବିଦ୍ୟାଳୟ ତଥା କୋକସରା ଗ୍ରାମର ଅଧ୍ୟାପକ ଅଇରୀ ନାଶନ ଚିନ୍ଦା(୪୮)ଙ୍କ ଶୁକ୍ରବାର ଆକସ୍ମିକ ବିୟୋଗ ହୋଇଛି। ସେ’ ଗ୍ରାମର ଏକ ସମ୍ପର୍କୀୟ ବିବାହ ଉତ୍ସବରେ ଯୋଗଦେଇଥିବା ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅଧ୍ୟାପକ ଶ୍ରୀଚିନ୍ଦା ମିଷ୍ଟାଭାଷୀ, ମେଲାପି ତଥା ଛାତ୍ର ବତ୍ସଳ୍ୟ ବ୍ୟକ୍ତି ଥିଲେ। ତାଙ୍କ ଅକାଳ ବିୟୋଗ  ଖବର ପ୍ରଚାରିତ ହେବାପରେ କୋକସରା ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଶବାଧାର ପରିବାର ବର୍ଗ, ଆତ୍ମୀୟ ସ୍ୱଜନ, କୋକସରା ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ କଲେଜ କର୍ମକର୍ତ୍ତା ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ବିଦାୟ ଦେଇଥିଲେ। ତାଙ୍କର ମୃତ୍ୟୁ ପରେ ମା, ବାପା, ସ୍ତ୍ରୀ ଓ ୨ ଝିଅ ରହିଛନ୍ତି। ସାନ ଭାଇ ଅଭୟ ନାଶନ ଚିନ୍ଦା ମୁଖାଗ୍ନି ଦେଇ ଥିବାବେଳେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି।

Comments (0)
Add Comment