ବେଲପଡା ଡବଲ ମର୍ଡର ଘଟଣାରେ ୭ ଗିରଫ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବେହେରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଗାଁ (ଦର୍ଲମୁଣ୍ଡା)ରେ ଗତ ୧୧ତାରିଖ ଦିନ ରାଉତ ପରିବାର ଓ ବନଛୋର ପରିବାର ମଧ୍ୟରେ ଗଣ୍ଡଗୋଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୮ଜଣ ଗୁରୁତର ହୋଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ବେଲପଡା ପୁଲିସ ୭ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ ସହ ସମସ୍ତ ମାରାଣାସ୍ତ୍ର ଟାଙ୍ଗିଆ, ଠେଙ୍ଗା,ତରୁଆଲ ଜବତ କରିଛି । ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ ଏସଡିପିଓ ସୁରେଶ ନାଏକ କହିଛନ୍ତି ଯେ, ୨୦୧୪ ମସିହାରୁ କୈଳାସ ବନଛୋର ଏକ ଟ୍ରକ୍ଟର ଲିଜ୍ ସୂତ୍ରରୁ ଆଣିଥିଲା, ହେଲେ ମଙ୍ଗଳ ରାଉତ ଡ୍ରାଇଭର ଭାବେ କାମ କରୁଥିଲା । କୁଆଡେ ମଙ୍ଗଳ ରାଉତକୁ କୈଳାସ ବନଛୋର ୧୦ ମାସର ଦରମା ଟଙ୍କା ଦେଇନଥିଲା । ଏନେଇ ରାଉତ ପରିବାର ଓ ବନଛୋର ପରିବାର ମଧ୍ୟରେ ପାଟତୁଣ୍ଡ ହୋଇ ଆସୁଥିଲା । ବାକିଥିବା ୧୦ହଜାର ଟଙ୍କା ଶୀଘ୍ର ଦେବାକୁ କୈଳାସ ବନଛୋକୁ କହିଥିଲା । ଘଟଣା ଦିନ ସକାଳ ୧୦ଟା ସମୟରେ ମଙ୍ଗଳ ରାଉତ କୈଳାସ ବନଛୋରର ଘରକୁ ଯାଇ ଟଙ୍କା ମାଗିଥିଲା । ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଉକ୍ତ ଦିନ ଅପରାହ୍ନ ୪ଟା ସମୟରେ ମଙ୍ଗଳ ଘରକୁ ଯାଇଥିଲେ, ଫେରିବା ବାଟରେ ମୋତିଲାଲକୁ ମାଡ ମାରିଥିଲୋ ମୋତିଲାଲ ତଳେ ଟଳିପଡି ଯାଇଥିଲା । ଅନ୍ୟପଟେ ପୁଅ ଚନ୍ଦ୍ରମଣିକୁ ମଧ୍ୟ ମାଡ ମାରିଥିଲେ । ପରେ ଚନ୍ଦ୍ରମଣିକୁ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ଚନ୍ଦ୍ରମଣିକୁ ମୃତ ଘୋଷଣା କରିଥିଲେ । ଆଜି ଅଭିଯୁକ୍ତ ବାଲ୍ମିକି, ମଙ୍ଗଳ, ଫକିର, ବିପିନ, କଇଁତି, ସଂକୀର୍ତ୍ତନ, ଗୌରକୁ ଏବଂଜଣେ ନାବାଳକ ଥିବା ଆଜିର ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ ଏସଡିପିଓ ସୁରେଶ ନାୟକ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବେଲପଡା ଥାନା ଅଧିକାରୀ ସଚିଦାନନ୍ଦ ବରିହା ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Comments (0)
Add Comment