ଭୁବନେଶ୍ୱର: ୮ ମାସ ତଳେ ଗଢ଼ିଥିଲେ ସଂସାର। ଦୀର୍ଘ ଦିନର ପ୍ରେମିକାକୁ ପତ୍ନୀ କରି ଘରକୁ ଆଣିଥିଲେ। ହେଲେ ପତ୍ନୀ ଥାଉ ଥାଉ ପୁରୁଣା ବାନ୍ଧବୀଙ୍କ ଆଡ଼କୁ ଢଳିଲା ମନ। ଶେଷରେ ବାନ୍ଧବୀଙ୍କ ସହ ଦିଲ୍ଲୀ ଯାଇ ନୂଆ ସଂସାର ଗଢ଼ିବାକୁ କରିଥିଲେ ଯୋଜନା। ହେଲେ ସବୁ ଫସର ଫାଟିଗଲା। ଗତ ଶନିବାର ରାତିରୁ ଆରମ୍ଭ ହୋଇଥିବା ଚିକୁନ ଅପହରଣ ମାମଲାର ହାଇଡ୍ରାମାରେ ପଡ଼ିଛି ଯବନିକା ।ନିଜ ଅପହରଣ ନାଟକରେ ନିଜେ ନାୟକ ସାଜିଥିବା ଚିକୁନି ଶେଷରେ ଭୁବନେଶ୍ୱର ଫେରିଛନ୍ତି। ସାଥୀରେ ଫେରିଛନ୍ତି ତାଙ୍କ ବାନ୍ଧବୀ। ମଧ୍ୟପ୍ରଦେଶର କଟନି ଷ୍ଟେଶନରେ ବାନ୍ଧବୀଙ୍କ ସହ ଧରା ପଡ଼ିଥିବା ଚିକୁନକୁ ଧରି ଭୁବନେଶ୍ୱରରେ ପହଞ୍ଚିଛି ପୁଲିସ୍ ଟିମ୍। ଉଭୟଙ୍କୁ ଆଜି ସକାଳେ ଧଉଳି ଥାନାକୁ ନେଇ ପଚରାଉଚରା କରୁଛି ପୁଲିସ୍।