ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା

ପାରଳାଖେମୁଣ୍ଡି : ଆଜି ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ପାରଳାଖେମୁଣ୍ଡି ନଗରରେ ଜନ ଜାଗରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାରେ ଗୋ ହତ୍ୟା ଓ ଗୋ-ଚାଲାଣ ରୋକିବା, ଧର୍ମାନ୍ତରୀକରଣ ବନ୍ଦ କରିବା, ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା, ଲଭ୍‌ ଜିହାଦ ଓ ଭୂମି ଜିହାଦ ବନ୍ଦ କରିବା ଏବଂ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ, ହତ୍ୟା ଓ ଅତ୍ୟାଚାର ରୋକିବା ଆଦି ପ୍ରସଙ୍ଗକୁ ନେଇ ଜିଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ଥିବା ବିରାଟ ବାଇକ ରାଲି ଓ ଶୋଭାଯାତ୍ରାରେ ଜିଲ୍ଲାର ଶହ ଶହ କାର୍ଯ୍ୟକର୍ତ୍ତା,ସାଧୁ ସନ୍ଥ ଓ ପୁରୁଷ ମହିଳା ଯୋଗ ଦେଇ ଗୈରିକ ଧ୍ୱଜ ଧରି ପ୍ରତିବାଦ ଧ୍ୱନି ଦେଇ ନଗର ପରିକ୍ରମା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ତଥା ପ୍ରନ୍ତୀୟ କାର୍ଯ୍ୟକର୍ତ୍ତା ଆନନ୍ଦ ଜୀ ପାଣ୍ଡେ, ଅରୁଣ କୁମାର ପଣ୍ଡା, ତରଣୀ ସେନ ଦାସ, ଅମ୍ବିକା ପ୍ରସାଦ ଦାଶ, ଗୌତମ ମହାରଣା, ରମାକାନ୍ତ ରଥ, ନରେନ୍ଦ୍ର ଜାନୀ, ମୁନିନ୍ଦ୍ର କୁମାର ଶବର, କୌଳାଶ ଚନ୍ଦ୍ର ଗୌଡ଼, ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ଶ୍ୟାମ ସୁନ୍ଦର ଶବର, ଲୋକନାଥ ମିଶ୍ର, ତ୍ରିନାଥ ଶବର, କୌଳାଶ ଚନ୍ଦ୍ର ପଟ୍ଟନାୟକ, ମନୋଜ କୁମାର ଦାଶ, ନାରାୟଣ ରଇତ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପୂଜ୍ୟ ରାମାନନ୍ଦ ଦାସ ଜୀ, ପୂଜ୍ୟ ନିଗମାନନ୍ଦ ଜୀ, ଗୌରଙ୍ଗ ପାଣିଗ୍ରାହୀ, ସ୍ଥାନୀୟ ବିଧାୟକ କେ.ନାରାୟଣ ରାଓ, ଅନାଦି ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।

Comments (0)
Add Comment