ରଜରେ ଓଡିଶା ଛୁଇଁନପାରେ ମୌସୁମୀ

ଭୁବନେଶ୍ୱର: ତାତି ଭିତରେ ଆହୁରି ଦରଦୀ ତଥା ଯନ୍ତ୍ରଣାଯୁକ୍ତ ଖବର ସାମନାକୁ ଆସିଛି ।  ତାହା ହେଲା ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ ।  ଏନେଇ ଆଇଏମଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି । 

ସେ କହିଛନ୍ତି ଯେ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳକୁ ମୌସୁମୀ ଛୁଇଁଲାଣି ।  ଦକ୍ଷିଣ ଭାରତରେ ବି ମୌସୁମୀର ଅଗ୍ରଗତି ଉତ୍ସାହଜନକ ରହିଛି ।  ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ ମୌସୁମୀ ଛୁଇଁନପାରେ ।  ୧୨ କିମ୍ବା ୧୩ ତାରିଖ ପୂର୍ବରୁ ମୌସୁମୀ ଓଡ଼ିଶା ଆସିବା ସମ୍ଭାବନା ନାହିଁ । 

ରଜରେ ଓଡ଼ିଶାକୁ ମୌସୁମୀ ଆସିବା ନେଇ ଆକଳନ ହୋଇନାହିଁ ।  ରଜରେ ଓଡ଼ିଶାରେ ବର୍ଷା ହେବ କି ନାହିଁ ୧୧ ତାରିଖ ସୁଦ୍ଧା ଜଣାପଡ଼ିବ  ବୋଲି ଆଇଏମଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି । 

Comments (0)
Add Comment