ପାଟଣାଗଡ: ବଲାଙ୍ଗୀର ବେଲପଡା ବ୍ଳକ ଏକ ଅନୁନ୍ନତ ଅବହେଳିତ ମରୁଡି ପ୍ରବଣ ବ୍ଳକ ହୋଇଥିବା ବେଳେ ଦାରିଦ୍ର୍ୟ, ଅନାହାର, ଅର୍ଦ୍ଧାହାର, ବେରୋଜଗାର, ଦାଦନ ଶ୍ରମିକ ସଂଖ୍ୟା ବଢିବଢି ଚାଳିଛି । ୮୦% ଭାଗ ଲୋକେ କୃଷି ଉପରେ ନିର୍ଭର କରନ୍ତି । ବେଲପଡା ବ୍ଲକର ଜୟ କିଶାନ କୃଷକ ସଙ୍ଗଠନର ନେତୃତ୍ୱରେ ତାରିଣୀ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ପରେ ୭ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲ୍ଦାର ପ୍ରଶାନ୍ତି ପ୍ରଧାନଙ୍କୁ ପ୍ରଦାନ କରିଥିଲେ । କ୍ରମାଗତ ଭାବରେ ମରୁଡି, ଫସଳ ହାନୀ ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏହି ବ୍ଳକର ଜଳସେଚନ ବ୍ୟବସ୍ଥା ନାମକୁ ମାତ୍ର । ପରିସ୍ଥିତି ଲୋକ ଭୋକ ଉପାସରେ ବ୍ୟାକୁଳ ହୋଇଥିବା ବେଳେ ଏହି ବ୍ଳକକୁ କୃଷି ବିଭାଗ ଅଣଦେଖା କରି ମରୁଡି ଘୋଷଣା କରିନଥିବା ଅଭିଯୋଗ ହେଉଛି । ଆଜି ଯେଉଁ ଦାବିପତ୍ର ଦେଇଥିଲେ ସେଥିରେ ଦାବି ଥିଲା କି ବେଲପଡା ବ୍ଳକ କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଉ, ସମସ୍ତ ଚାଷୀ ମାନଙ୍କୁ ଋଣ ଛାଡ ସହ ଫିଜ ଛାଡ଼ କରାଯାଉ ଓ ନୂତନ ଋଣ ର ସୁବିଧା କରାଯାଉ, ସିଧାସଳଖ ମରୁଡି ହୋଇଥିବା ଯୋଗୁଁ ଚାଷୀ କୁ ହେକ୍ଟର ପ୍ରତି ୨୦ ହାଜର ଟଙ୍କା ପ୍ରଦାନ କରାଯାଉ, ଇନ୍ସୁ ରେନ୍ସ ଟଙ୍କା ପ୍ରଦାନ, ଚାଷ ଜମିକୁ ଶତକଡା ୧୦୦ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରାଯାଉ, ଧାନ କ୍ୱଣ୍ଟାଲ ପିଛା ତିନି ହଜାର ଓ କପା କ୍ୱାଣ୍ଟାଲ ପିଛା ଦଶହଜାର ଓ ମରୁଡ଼ିକୁ ନେଇ ବେଲପଡ଼ା କୃଷି ବିଭାଗ ଓ ତହସିଲ୍ଦାର ବିଭାଗର ଭୁଲ ତଥ୍ୟ ଉପସ୍ଥାପନ କରି ଚାଷୀଙ୍କ ପ୍ରତି ଆକ୍ରୋଶମୂଳକ ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ କରିଛନ୍ତି । ଏହାର ପୁନର୍ବାର ମରୁଡି ଆକଳନ କରିବାକୁ ଦାବୀ କରୁଛନ୍ତି । ଏସବୁ ଦାବି ଯଦି ପୂରଣ ନ ହୁଏ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବେଲପଡ଼ା ଜୟ କୃଷକ ସଂଗଠନ ସଭାପତି ବନମାଳୀ ନାଏକ । ଚେତାବନୀ ଦେଇଛନ୍ତି । ଦାବୀ ପ୍ରଦାନ ସମୟରେ ପ୍ରଶାସନ ଓ ଆନ୍ଦୋନକାରୀ ମୁଁହାମୁଁହି ହୋଇଥିଲେ । ଘଟାସ୍ଥଳରେ ଆନ୍ଦୋଳନକରୀମାନଙ୍କ ଦାବୀପତ୍ର ଗୁଡ଼ିକ ତହସିଲ୍ କାର୍ଯ୍ୟାଳୟକୁ ଫୋପାଡି ଥିଲେ । ପରେ ତହସିଲ୍ଦାର୍ ଆସି ସମସ୍ତଙ୍କ ଦାବୀ ଗ୍ରହଣ କରିଥିଲେ । ପରେ ତହସିଲ୍ଦାରଙ୍କ ପ୍ରତିକ୍ରିୟା ନେବାରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ରୋକ୍ ଠୋକ୍ ମନା କରିଥିଲେ । ଏହି ପ୍ରଦାନ ସମୟରେ ଅଞ୍ଚଳରେ ଶତାଧିକ ଚାଷୀ ନିଜ ନିଜର ଦାବି ନେଇ ଆସିଥିବା ବେଲେ ଗିରିଧାରୀ ଭୋଇ ସଉରି କୁମାର ସାହୁ, ସିପୁନ୍ ଖମାରି ,ଜିତୁ ନାଏକ, ପ୍ରମୁଖ ଉପସ୍ଥିତ ଥିଲେ ।