ଉପଲଡା ପଞ୍ଚାୟତରେ ବିଜେଡିର ବିରାଟ ସମାବେଶ

ପାରଳାଖେମୁଣ୍ଡି,: ଆଗାମି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଗୋଷାଣି ବ୍ଲକ ଉପଲଡା ଗ୍ରାମପଞ୍ଚାୟତରେ ବିରାଟ ସମାବେଶ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ନେତା ଡ. ତିରୁପତି ପାଣିଗ୍ରାହୀ, ଯୁବନେତା ଇଂ. ଋପେଶ ପାଣିଗ୍ରାହୀ, ବିଜେଡ଼ି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପକୁମାର ନାୟକ, ବସନ୍ତ ଦାସ, ଏସ. ଲିଂଗରାଜୁ, ଧନଞ୍ଜୟ,ଇଶ୍ୱର ରାଓ, ଏନ ଶଙ୍କର. ଓ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ-୬ ପ୍ରାଥୀ ଏସ. ବାଳାରଜୁଙ୍କ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ଯୋଜନାକୁ ନେଇ ଲୋକମାନଙ୍କ ପାଖକୁ ଯାଇ ଥିଲେ । ଆଗାମୀ ନିର୍ବାଚନରେ ବିଜେଡିକୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଆହୁରି ସୁଦୃଢ କରିବାକୁ ଭୋଟରମାନଙ୍କୁ ନିବେଦନ କରିଥିଲେ ।

Comments (0)
Add Comment