ବଲାଙ୍ଗୀର: ଗାଁ ସାଥି(ମେଟ)ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟୀ ବଲାଙ୍ଗୀର ଶାଖା ପକ୍ଷରୁ ୬ଟି ଦାବୀ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ବହୁ ମହିଳା ଓ ପୁରୁଷ ଗାଁସାଥି ଘଣ୍ଟା ଘଣ୍ଟାଧରି ନାରାବାଜି କରିଥିଲେ । ସ୍ଥାୟୀ ନିଯୁକ୍ତି, ମାସକୁ ସର୍ବନିମ୍ନ ୮ହଜାର ପ୍ରୋତ୍ସାହନ ରାଶି, ମାସକୁ ନିଶ୍ଚିତ ୧୦ଦିନର କାର୍ଯ୍ୟ, ୨୦ହଜାର ଲେଖା କୋଭିଡ ସହାୟତା ଆଦି ୬ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଦେଇଥିଲେ । ସରକାର ୧୩ବର୍ଷ ଧରି କାମ କରିଆସୁଥିବା ଗାଁ ସାଥୀଙ୍କ ଦାବିକୁ ବିଚାର କରିବେ ବୋଲି ଆମର ଆଶା । ଅନ୍ୟଥା ହକ ପାଇଁ ଆଗକୁ ଆହୁରି ଆନ୍ଦୋଳନ କରାଯିବ ବୋଲି ସଂଘ ନେତୃବୃନ୍ଦ କହିଥିଲେ ।