ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବଙ୍ଗୋମୁଣ୍ଡା ଜାତୀୟ ରାଜପଥ 59 ଗଁରେଇ ପାଖ ଗରଗଡବାହାଲ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ ମୁରିବାହାଲ ଥାନା ସରଦାପୁର ଗ୍ରାମର ସାନ ବଗର୍ତ୍ତିଙ୍କ ପୁଅ ଦୁଲ୍ଲବ ବଗର୍ତ୍ତି (୬୦) ହିରୋ ହଣ୍ଡା ସିଡି ଡିଲକ୍ସ OR 03 G 8543 ଯୋଗେ ଶୁକ୍ରବାର ଦିନ ଅପରାହ୍ନ ୩ ଘଣ୍ଟା ସମୟରେ ଏହି ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରେ ଥିବା ନିଜ ଭ‌ଉଣି ଘରକୁ କୌଣସି ଘରୋଇ କାମରେ ଯାଉଥିଲେ। ଜାତୀୟ ରାଜପଥ 59 ଗରଗଡବାହାଲ ଛକ ନିକଟରେ ସାମ୍ନା ପଟରୁ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ଦୁଲ୍ଲବଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ମୁରିବାହାଲ ବ୍ଲକ ଜର୍ଣାଲିଷ୍ଟ ଆସୋସିଏସନ୍ ର ନବିନ ତାଣ୍ଡି, ଗିରିଧାରୀ ସାହୁ ଓ ପ୍ରେମାନନ୍ଦ ତାଣ୍ଡି ସେହି ରାସ୍ତା ଦେଇ ଯାଉଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ଆହତ ଦୁଲ୍ଲବ ବଗର୍ତ୍ତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ମେଡିକାଲକୁ ପଠାଇ ମୁରିବାହାଲ ପୋଲିସକୁ ଜଣାଇ ଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୋଲିସ ଜବତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Comments (0)
Add Comment