ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଜଗାଦ୍ୱାର

ପୁରୀ : ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବ । ଏଥିପାଇଁ ଆଜି ଶ୍ରୀମନ୍ଦିର ପୁନଃ ସାନିଟାଇଜ କରାଯାଇଛି । ରବିବାର ସପ୍ତାହାନ୍ତ ସଟଡାଉନ ଅବସରରେ ସାନିଟାଇଜ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି । ଅଗ୍ନିଶମ ବାହିନୀ ପୌର ସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ ଓ ଅନ୍ୟାନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଇଛି । ଶ୍ରୀମନ୍ଦିରରେ ପ୍ରତିଦିନ ମହାପ୍ରଭୁଙ୍କ ଦୈନନ୍ଦିନ ସେବା,ପୂଜା କରୁଥିବା ସେବାୟତଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ସାନିଟାଇଜ କରାଯାଇଛି ।
ସର୍ବସାଧାରଣ ଦର୍ଶନ ପାଇଁ ବ୍ୟାରିକେଡ ସହ ସବୁ ପ୍ରସ୍ତୁତି ସରିଛି ।ରାଜ୍ୟ ଭିତର ତଥା ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ୯୬ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇ ପର୍ଯ୍ୟାୟ କୋଭିଡ ଟିକାକରଣ ପ୍ରମାଣପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇବା ବାଧ୍ୟତାମୂଳକ ରହିଛି । ତେବେ ପ୍ରଥମେ ୧୨ ଓ ୧୩ ତାରିଖ ରେ କେବଳ ସେବାୟତଙ୍କ ପରିବାର , ୧୬ ରୁ ୨୦ ତାରିଖ ଯାଏ କେବଳ ପୁରୀ ପୌରାଞ୍ଚଳ ବାସିନ୍ଦାଙ୍କ ପାଇଁ ପ୍ରଥମେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିଲା । ତେବେ ସର୍ବସାଧାରଣ ଦର୍ଶନକୁ ନେଇ ଥିବା କୋଭିଡ ଗାଇଡ଼ ଲାଇନ ମଧ୍ୟ ସ୍ୱାଗତ କରିଛନ୍ତି ଭକ୍ତ ।

Comments (0)
Add Comment