ଗୁରୁଦିବସ ଅବସରରେ ‘ସଂକଳ୍ପ’ ପକ୍ଷରୁ ୫୦ ଜଣ ଗୁରୁଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର;ସ୍ଥାନୀୟ ସାମାଜିକ ଅନୁଷ୍ଠାନ ‘ସଂକଳ୍ପ’ ପକ୍ଷରୁ ପବିତ୍ର ଶିକ୍ଷକ ଦିବସ ଅବସରରେ ଗତ ବିଳମ୍ବିତ ସନ୍ଧ୍ୟାରେ ସମ୍ବଲପୁରର ୫୦ ଜଣ ଆଦର୍ଶ ଶିକ୍ଷକଙ୍କୁ ଓଡିଶା ସାଂସ୍କୃତିକ ସମାଜ ଭବନ ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ସଭାଗୃହରେ ସମ୍ମାନିତ କରାଯାଇଛି । ପ୍ରାରମ୍ଭରେ ସଂକଳ୍ପ ସଭାପତି ଡାକ୍ତର ପ୍ରଭାସ ଦେବତା ଅନୁଷ୍ଠାନର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ କହିଥିଲେ । ସଂଯୋକକ ସୂର୍ଯ୍ୟ ପାଣିଗ୍ରାହୀ ଅନୁଷ୍ଠାନର ଉଦେଶ୍ୟ ଓ ଗୁରୁଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ଦିନରେ ଜନ୍ମଲାଭ କରିଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରବୁଦ୍ଧ ବ୍ୟକ୍ତିତ୍ୱ ତଥା ଅସାଧାରଣ ପ୍ରତିଭା ବିଷୟରେରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭିକ ସଂଗୀତ ଗୁରୁବନ୍ଦନା ଗାନ କରିଥିଲେ ଶିଶୁ ଶିଳ୍ପୀ ସୃଷ୍ଟି ଶ୍ରଦ୍ଧା ମିଶ୍ର । ଏହି ଶୁଭ ଅବସରରେ ବିଶିଷ୍ଟ ସାହିତ୍ୟ ସାଧକ ଓ ଗୀତିକାର ବିନୋଦ ପଶାୟତଙ୍କୁ ଓଡିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ’୨୦୧୯ ପାଇଥିବାରୁ ଅନୁଷ୍ଠାନ ପକ୍ଷରୁ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଶୁଭ ଅବସରରେରେ ସମ୍ବଲପୁରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆଦର୍ଶ ଶିକ୍ଷକ ଭାବରେ କାର୍ଯ୍ୟକରି ଆସିଥିବା ବ୍ୟକ୍ତିତ୍ୱଙ୍କୁ ଉପଢୌକନ ଓ ମାନପତ୍ର ଦେଇ ପୂଜାର୍ଚ୍ଚ଼ନା ପୂର୍ବକ ସମ୍ମାନିତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯେଉଁ ଆଦର୍ଶ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା ସେମାନେ ହେଲେ ବିପିନ ବିହାରୀ ନନ୍ଦ, ବିଜୟ ପ୍ରଧାନ, ସୁଚିତ୍ରା ମହାନ୍ତି, କୁମୁଦ ଚରଣ ପାଣିଗ୍ରାହୀ, ବାସନ୍ତୀ ପ୍ରଧାନ, ସୁଦର୍ଶନ ପୂଜାରୀ, ନନ୍ଦ କିଶୋର ଦେବତା, ବୀଣାପାଣି ପତି, ପ୍ରତିଭା ମିଶ୍ର, ଶଙ୍କର ପ୍ରସାଦ ପତି, ମୀନା ନନ୍ଦ, ପଦ୍ମିନୀ ନାୟକ, ସର୍ଜନ ବଡ଼ପଣ୍ଡା, ପଞ୍ଚାନନ ପୂଜାରୀ, ସନ୍ତୋଷିନୀ ଦାସ, ଶେଫାଳି ରାଣୀ ଦାସ, ରାଜେନ୍ଦ୍ର କୁମାର ପଣ୍ଡା, ପୁଷ୍ପକ୍ଷରାଣୀ ମିଶ୍ର, ବିହାରିଲାଲ ମହାନ୍ତି, ଧରଣୀଧର ପ୍ରଧାନ, ବ୍ରଜକିଶୋର ହୋତା, ଲମ୍ବୋଦର ଜେନା, ଡାକ୍ତର ହିମାଂଶୁ ଆଚାର୍ଯ୍ୟ, ହରିନାରାୟଣ ପଣ୍ଡା, ବ୍ରଜେନ୍ଦ୍ର ପଟ୍ଟନାୟକ, ପ୍ରସନ୍ନ ମିଶ୍ର, ବସନ୍ତ ଦାସ, ଡୋଲାମଣୀ ମେହେର, ଉମାଦେବୀ, ମୁରଲୀ ପ୍ରେମନାଥ ନାୟକ, ସଦାନନ୍ଦ ନାୟକ, ଦେବେନ୍ଦ୍ର ପଣ୍ଡା, ବିବେକ ମିଶ୍ର, ସଂଯୁକ୍ତା ମିଶ୍ର,ରେଖା ଉଦଗାତା, ରଂଜିତ ନାଗ, ଏମ. ପି. ମିଶ୍ର, ବିକ୍ରମାଦିତ୍ୟ ଷଡ଼ଙ୍ଗୀ, ରେଖା ସେନ, ଡା ବିଜୟ କୁମାର ଦତ୍ତ, ମମତା ନାୟକ, ସୋନାଲି ବାନାର୍ଜୀ, କୁମକୁମ ମିଶ୍ର, ସନ୍ତୋଷିନୀ ରଥ ଓ ସଂଗୀତ ସାଧକ ଗୁରୁ ପ୍ରମୋଦ କୁମାର ମିଶ୍ର । କାର୍ଯ୍ୟକ୍ରମ ଶେଷରେ ସଂକଳ୍ପ ସମ୍ପାଦକ ରଂଜିତ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ର ଡା ରାଜକୁମାର ବଡ଼ପଣ୍ଡା, ଡା ପ୍ରଜ୍ଞା ପଣ୍ଡା, ସବିତା ନନ୍ଦ, ଶ୍ରୀକାନ୍ତ ପାଣିଗ୍ରାହୀ, ବିରଜ(ରିଙ୍କୁ) ମିଶ୍ର, ସୁଜାତା ଗୁରୁ, ସୁବାଷ ସାହୁ, ସିନ୍ଧୁ ନବୀନ, ଶିବ ବେହେରା, କିରଣମୟୀ କିଷାନ, ଲିପି ପଣ୍ଡା ଓ ମୁକେଶ ଜରିୱାଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Comments (0)
Add Comment