କଣ୍ଟାମାଳ : ଆଜି ସକାଳୁ ବୌଦ୍ଧ ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳ ଲଣ୍ଡା ଗାଁ ନିକଟରେ ବାଘ ଛାଲ ବିକ୍ରୀ ପାଇଁ ଡିଲ ଚାଲିଥିବା ସମୟରେ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ବାଘ ଛାଲ ବିକ୍ରେତାକୁ କାବୁ କରି ନେଇଥିବା ପ୍ରକାଶ । ବାଘଛାଲଟିକୁ ବିକ୍ରୀ କରିବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପୁରୋଘାଟର ସଚିତନ ନାଏକ ଆଣିଥିବା ବେଳେ ପୂର୍ବ ପ୍ରସ୍ତୁତ ଅନୁଯାୟୀ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଆସାମୀକୁ ଗିରଫ କରି ଥିଲା । ସମଗ୍ର ବୌଦ୍ଧ ଜିଲ୍ଲାରେ ବାଘ ଛାଲ ବିକ୍ରୀର ଏକ ସୁସଂଗଠିତ ର୍ୟାକେଟ କାର୍ଯ୍ୟ କରୁଥିବା ବେଳେ ମାତ୍ର ଦୁଇ ମାସ ମଧ୍ୟରେ ୩ ଗୋଟି ବାଘ ଛାଲ ଜବତ ସହ ଏହି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇ ଥିବା ଜଣାଯାଇଛି ।