ବଲାଙ୍ଗୀର : କେନ୍ଦ୍ରିୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ତରଫରୁ ୨୮ ଓ ୨୯ ତାରିଖ ୨ଦିନିଆ ଭାରତ ବନ୍ଦକୁ ସଫଳ କରିବା ପାଇଁ ୟୁନାଇଟେଡ୍ ଟ୍ରେଡ୍ ୟୁନିଅନ୍ସ ଅଫ୍ ବଲାଙ୍ଗୀର ତରଫରୁ ପଥପ୍ରାନ୍ତ ସଭା କରାଯାଇଛି । କାହିଁକି କେଉଁ ପରିସ୍ଥିତିରେ ଦେଶବ୍ୟାପି ଭାରତ ବନ୍ଦ୍ ଡାକରା ଦିଆଯାଇଛି ଜନ ସାଧାରଣଙ୍କ ସୂଚନା ଓ ସହଯୋଗ ପାଇଁ ଅନୁରୋଧ କରିଥିଲେ ବିଭିନ୍ନ ଶ୍ରମିକ ସଂଗଠନ ନେତୃବୃନ୍ଦ । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି, ଘରୋଇକରଣ ଓ ଚାଷୀମାରଣ ନୀତିକୁ ଦୃଢ ବିରୋଧ କରି ବାରମ୍ବାର ପ୍ରତାରିତ ହେବା ଯୋଗୁଁ ବନ୍ଦ ଶେଷ ବିକଳ୍ପ । ବେକାରଙ୍କୁ ନିଯୁକ୍ତି, ଶ୍ରମକୋଡ ପ୍ରତ୍ୟାହାର, ସ୍କିମ ଶ୍ରମିକ, ଚୁକ୍ତିଭିତ୍ତିକ, ଠିକା କର୍ମଚାରୀଙ୍କୁ ସ୍ଥାୟୀ ଇତ୍ୟାଦି ୧୨ଦଫା ଦାବୀ ଥିବା କହିଥିଲେ । ବନ୍ଦ ପାଳନ ଅବସରରେ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଗାଡି ମଟର ବନ୍ଦ ରହିବ ବୋଲି ବିଭୁଦତ୍ତ ମିଶ୍ର ଏଆଇଟିୟୁସି ଜିଲ୍ଲା ସଭାପତି , ମଧୁସୂଦନ କ୍ଷେତି, କୃଷକ ସଂଘର୍ଷ ସମିତି, ନିଖଲ ଓଡ଼ିଶା ଆଶାକର୍ମୀ ସଂଘ ଜିଲ୍ଲା ସଭାପତି ତୀର୍ଥ ପଧାନ, ସଂପାଦିକା ଓମି ଗୁପ୍ତା, ଉପଦେଷ୍ଟା ସାଏବୁ ନନ୍ଦ, ଦୁର୍ଯ୍ୟୋଧନ ବିଶ୍ୱାଲ, ଶାଶ୍ୱତ ଦାସ,କୃଷକ ନେତା ଅରୁଣ ମିଶ୍ର, ଶ୍ରମିକ ନେତା କୃଷ୍ଣଚନ୍ଦ୍ର ସାହୁ ନାଗରିକ କମିଟୀ ସଂପାଦକ କୋଶଲବାଦୀ ନେତା ମନୋରଞ୍ଜନ ସାହୁ ଓ ଏସବିଏସସଂପାଦକ ପ୍ରଦୀପ ପଧାନ ପ୍ରମୁଖ କହିଥିଲେ ।