ଉଚ୍ଚ ନ୍ୟାୟାଳୟ ବିଚାରପତି ବିଭୁପ୍ରସାଦ ରାଉତରାୟଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର: ଓଡିଶା ହାଇକୋର୍ଟର ମାନ୍ୟବର ବିଚାରପତି ବିଭୁପ୍ରସାଦ ରାଉତରାୟ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ଫେରିଛନ୍ତି । ସେ’ ବୁଧବାର ସନ୍ଧ୍ୟାରେ ନବରଙ୍ଗପୁର ପହଞ୍ଚି ଶୁକ୍ରବାର ସକାଳୁ ଫେରିଛନ୍ତି । ପରିବାର ସହ ନବରଙ୍ଗପୁର ଆସି ମାଁ ଭଣ୍ଡାର ଘରଣୀ ଓ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ବାବା ଆଖଣ୍ଡଳମଣି ମନ୍ଦିରରେ ମାଁ ଭଣ୍ଡାର ଘରଣୀ କର୍ମକାଣ୍ଡ ପ୍ରଶିକ୍ଷଣ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମରେ କିଛି ସମୟ ଯୋଗଦେଇଥିଲେ । ଉମରକୋଟରେ ଆଇନଜୀବୀ ସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ସଦସ୍ୟଙ୍କ ସହ ସଂଘ ସମ୍ବନ୍ଧରେ ଆଲୋଚନା କରିଥିଲେ । ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଅନୀଲ ଜ୍ୟୋତି ଚନ୍ଦ୍ର ଦୀନବନ୍ଧୁ, କାର୍ଯ୍ୟକାରିଣୀ ସଦସ୍ୟ ତଥା ଅତିରିକ୍ତ ସରକାରୀ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଇନଜୀବୀ ସମରେଶ ଗନ୍ତାୟତ, ଅନୁପମା ଗନ୍ତାୟତ, ଜେନିଫର ସୁନା, ସ୍ନେହଲତା ଦେବୀ, ଦେବୀ ପ୍ରସାଦ ସିଂ, ହରି ନାରାୟଣ ବେହେରା, ଶ୍ରୀନିବାସ ପାତ୍ର, ପ୍ରଦୀପ ସାହୁ, ସୁରଜ କୁମାର ନାୟକ, କିଶୋର କୁମାର ପଟ୍ଟନାୟକ, ଏ. ସତୀଶ, ସଦାଶିବ ସାହୁ ପ୍ରମୁଖ ଯୋଗଦେଇଥିଲେ ।

Comments (0)
Add Comment