ସାରଙ୍ଗଡରେ ଶିକ୍ଷା ସଚେତନତା ରଥକୁ ସ୍ୱାଗତ ଓ ସମ୍ବର୍ଦ୍ଧନା

ଘୁ ଉଦୟଗିରି: ଆଜି ସାରଙ୍ଗଡର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥକୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି । ବିଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ପାଇଁ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଓଡ଼ିଶାରେ ସମସ୍ତ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ତରଫରୁ ବନ୍ଦ କରି ଦିଆଯଇଥିଲା । ଯାହାଫଳରେ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ନଯିବା ସହ ପାଠ ମଧ୍ୟ ଭୁଲି ଯାଇଥିଲେ । ପୁଣି ଥରେ ବିଦ୍ୟାଳୟ ଖୋଲିବା ଯୋଗୁଁ ପିଲାମାନଙ୍କ ମଧ୍ୟରେ ଆନନ୍ଦ ଦେଖାଯାଉଛି । ରାଜ୍ୟ ସରକାର ଶିକ୍ଷାର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାମାନ କରୁଛନ୍ତି । ଯେପରିକି କେହି ଜଣେ ମଧ୍ୟ ଶିକ୍ଷରୁ ବଞ୍ଚିତ ନ ରୁହନ୍ତି । ତେଣୁ ଏହି ଶିକ୍ଷା ରଥ ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ସଚେତନତା କରାଯାଉଛି । ଯେପରିକି ସମସ୍ତ ଅଭିଭାବକ ତାଙ୍କରି ପିଲାମାନଙ୍କୁ ବିଦ୍ୟାଳୟକୁ ଛାଡିବେ । କୌଣସି ପିଲାମାନେ ଶିକ୍ଷରୁ ବଞ୍ଚିତ ରହିବେ ନାହିଁ । ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପସ୍ଥିତି ରେ ଏହି ରଥକୁ ସାରଙ୍ଗଡର ସାରଙ୍ଗଡ, ଶାସିପଡ଼ା, ପୁରୁଣାସାହି, ଦାସିଗୁଡା, ବଣ୍ଡଗୁଡା ପ୍ରଭୃତି ବିଦ୍ୟାଳୟ ରେ ସ୍ୱାଗତ କରାଯାଇଥିଲା ।

Comments (0)
Add Comment