ବୌଦ୍ଧ :- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଖରିଫ 2025 କପା ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ କପା କ୍ରୟ କମିଟିର ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପିଭି ରମଣ ରାଓ ସମସ୍ତ ସଦସ୍ୟ ମାନଙ୍କୁ ସ୍ବାଗତ କରିବା ସହ ବୈଠକକୁ ପରିଚାଳନା କରିଥିଲେ | ଚଳିତ ବର୍ଷ କପା ଚାଷ କରିଥିବା ଚାଷୀ ମାନେ କପା କିପରି ସୁରୁଖୁରୁରେ କିଣି ପାରିବେ ତାହା କଟନର ଏକ ଆପ ଜରିଆରେ “କପାସ କିଶାନ ଆପ୍” ମାଧ୍ୟମ ରେ ଅକ୍ଟୋବର ମାସ ଶେଷ ସୁଦ୍ଧା ଚାଷୀ ମାନେ ନିଜ ନିଜ ନାମ ପଂଜିକରଣ ପାଇଁ ପରାମର୍ଶ ଦିଆଯାଇଥିଲା l କପା କ୍ରୟ ପାଇଁ ମନମୁଣ୍ଡା ମାର୍କେଟ ୟାର୍ଡ ରେ କପା କ୍ରୟ ମଣ୍ଡି ଖୋଲାଯିବ ଓ ଚାଷୀ ମାନେ ଧାର୍ଯ୍ୟ ମୂଲ୍ୟ ରେ କପା ବିକ୍ରୟ କରିପାରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ବୈଠକରେ କନ୍ଧମାଳ ସାଂସଦଙ୍କ ଜ଼ିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ, ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ମନୋଜ କୁମାର ପ୍ରଧାନ ଓ କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ବିପ୍ର ଚରଣ ମହାନ୍ତି, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ସମିତି ସମୁହର ଉପ ନିବନ୍ଧକ, କଟନ କର୍ପୋରେଟର ଅଫ ଇଣ୍ଡିଆ, RMC, ବୌଦ୍ଧ, ବଲାଙ୍ଗୀର ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କୃଷି ବିଭାଗ ର ଅଧିକାରୀ, କର୍ମଚାରୀ, ବିଭିନ୍ନ ବ୍ଲକ ରୁ ଆସିଥିବା ଚାଷୀ ମାନେ ଉପସ୍ଥିତ ଥିଲେ l ଏହି ବୈଠକ ରେ କପା ଚାଷୀ ଙ୍କ କପା କିଣିବା ନିମନ୍ତେ କପା ଚାଷର ସରକାରୀ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା 8110/- ସ୍ଥିର କରାଯାଇଛି l ସମସ୍ତ ଙ୍କ ମିଳିତ ସହଯୋଗ ରେ ଧାର୍ଯ୍ୟ ତାରିଖ ମଧ୍ୟରେ ଚାଷୀ ଙ୍କ ନାମ ପଞ୍ଜିକରଣ ଶେଷ କରିବାକୁ ପ୍ରସ୍ତାବ ଦେଇଥିଲେ l ଏ ବର୍ଷ କପା ଚାଷୀ ମାନେ ମଣ୍ଡି ମାଧ୍ୟମରେ ବିକିବା ପାଇଁ ପରାମର୍ଶ ଦେଇଥିଲେ l