ଭୁବନେଶ୍ଵର:କଂଗ୍ରେସକୁ ଘାରିଛି କ୍ରସ ଭୋଟିଂ ଭୟ। ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କଲା କଂଗ୍ରେସ । ଭୁବନେଶ୍ବର ନ ଛାଡିବାକୁ କଂଗ୍ରେସ ହୁଇପ୍ ଜାରି । ମାର୍ଚ୍ଚ ୧୬ ଯାଏ ଭୁବନେଶ୍ବର ନ ଛାଡିବାକୁ ବିଧାୟକଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ନିର୍ଦେଶ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି,ପିସିସି ସଭାପତି ଭକ୍ତ ଚରଣ ଦାସ। ସେ ଆହୁରି ମଧ୍ୟ କହିଛନ୍ତି,ଯେଭଳି କ୍ରସ୍ ଭୋଟିଂ ନ ହେବ ଆମେ ତତ୍ପର ଅଛୁ।