ଚତୁର୍ଥ ମା’ ଭୈରବୀ ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ

ହରଭଙ୍ଗା : ଭକ୍ତି ଭାବନା ଓ ସଂସ୍କୃତିର ମହା ମିଳନ ମା’ ଭୈରବୀ ମହୋତ୍ସବ । ଆସନ୍ତା ନଭେମ୍ବରରୁ ଆରମ୍ଭ ହେବ ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନାମରେ ନାମିତ ମା ଭୈରବୀ ମହୋତ୍ସବ । ଏନେଇ ରବିବାର ଦିନ ପୁରୁଣାକଟକ ସ୍ଥିତ ମହୋତ୍ସବ ପଡିଆଠାରେ ମା’ ଭୈରବୀ ସାଂସ୍କୃତିକ ପରିଷଦ ସଭାପତି ଅଶୋକ ଅଶୋକ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାଂଗଠନିକ ସମ୍ପାଦକ ପ୍ରାଣବନ୍ଧୁ ସାହୁ ପୂର୍ବ ମହୋତ୍ସବର ବିବରଣୀ ପଠନ କରିବା ପରେ ଚଳିତ ବର୍ଷ କିପରି ମହୋତ୍ସବ ଶାନ୍ତିଶୃଙ୍ଖଳା ସହ ହେବ ସେନେଇ ପୁଙ୍ଖାନୁପଙ୍ଖ ଆଲୋଚନା କରାଯାଇଥିଲା । ଏପରିକି କମିଟିର ସସଦ୍ୟ ମାନଙ୍କୁ ମହୋତ୍ସବ ପରିଚାଳନାର ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ କରାଯାଇଥିଲା । ଖୁବଶୀଘ୍ର ମହୋତ୍ସବ ପଡିଆରେ ଚଳିତ ବର୍ଷ ମହୋତ୍ସବ ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ବୈଠକରେ ମହୋତ୍ସବ କମିଟିର କୈଳାସ ଅଗ୍ରୱାଲ, ସୁକାନ୍ତ ପଟ୍ଟନାୟକ, ବିଭୁ ଦତ୍ତ ବୋଷ, ଅକୁର ସେଠି, ସତୀଶ ବେହେରା, ମନୋଜ ସାହୁ, ଅଶୋକ ସେଠି, ବାଳକୃଷ୍ଣ ନାୟକ, ବିଜୟ କହଁର, ମନୋଜ ପାଢ଼ୀ, ଶୁଭ୍ରଜିତ ପ୍ରଧାନ, ନାରାୟଣ ମହାନ୍ତିଙ୍କ ସମେତ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment