ସାରା ଭାରତବର୍ଷରେ ଅନନ୍ୟ ମହାବୀର କ୍ଷେତ୍ର ଦଶପଲ୍ଲାର ରାବଣ ପୂଜନ ପରଂପରା

ସାରା ଭାରତବର୍ଷରେ ଅନନ୍ୟ ମହାବୀର କ୍ଷେତ୍ର ଦଶପଲ୍ଲାର  ରାବଣ ପୂଜନ ପରଂପରା

ଦଶପଲ୍ଲା : -ସାରା ବିଶ୍ବରେ ପରମ ପିତୃଭକ୍ତ,ସୂର୍ଯ୍ୟବଂଶ ଅବତଂଶ ,ମର୍ଯ୍ୟାଦା ପୁରୁଷୋତ୍ତମ ,ଦଶରଥ ନନ୍ଦନ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କୁ ରାମାୟଣର ମହା ନାୟକ ଭାବରେ ଅବହିତ କରାଯାଇଥିବାବେଳେ, ବିଶ୍ରବା ନନ୍ଦନ,ଲଂକପତି ରାବଣକୁ ଖଳ ନାୟକ ଭାବରେ ଚିତ୍ରଣ କରାଯାଇଛି । ସାରା ଭାରତ ବର୍ଷରେ ପ୍ରଭୂ ଶ୍ରୀରାମଙ୍କ ପୂଜା ଶ୍ରଦ୍ଧା ଓ ଭକ୍ତିର ସହିତ କରାଯାଉଥିବାବେଳେ, କ୍ବଚିତ୍ ସ୍ଥାନରେ ରାବଣପୂଜନ ପରଂପରା ଦେଖିବାକୁ ମିଳିଥାଏ । ଏଥି ମଧ୍ୟରୁ ନୟାଗଡ଼ ଜିଲ୍ଲା କୁଂଜବନଗଡ଼ , ମହାବୀର କ୍ଷେତ୍ର ,ଦଶପଲ୍ଲା ରେ ଦୁଇଶହ ଏକୋଇଶ ବର୍ଷଧରି ଅନୁଷ୍ଠିତ ହେଉଥିବା ଭାରତ ପ୍ରଶିଦ୍ଧ ଲଂକାପୋଡି ଯାତ୍ରାର ସୀତାହରଣ ଦିବସରେ ଅନୁଷ୍ଠିତ ହେଉଥିବା ରାବଣ ପୂଜନ ପରଂପରା , ସାରା ଭାରତବର୍ଷରେ ଅନନ୍ୟ ।

ବ୍ରହ୍ମା ଙ୍କ ଚତୁର୍ଥ ପୁରୁଷ, ରୂକବେଦର ଗ୍ୟାଂତା, ଅଥର୍ବ ବେଦର ଭାଷ୍ୟକାର ,ଲାଲକିତାବ ର ରଚୟିତା, ଶିବ ଙ୍କ ଧର୍ମପୁତ୍ର, ସର୍ବଶ୍ରେଷ୍ଠ ରାଜନୀତିଜ୍ଞ, ଶକ୍ତି ସାଧକ, ଶିବ ତାଣ୍ଡବର ସ୍ରଷ୍ଟା, ରାବଣ ସଂହିତାର ରଚୟିତା, କଳି ଯୁଗର ଶ୍ରେଷ୍ଠ ତନ୍ତ୍ର ସାବର ତନ୍ତ୍ରର ପ୍ରଣେତା ,ଶ୍ରେଷ୍ଠ ବ୍ରାହ୍ମଣ , ବିଶ୍ରବା ନନ୍ଦନ ଶ୍ରୀ ରାବଣଙ୍କ ମହାଵୀରକ୍ଷେତ୍ର ଦଶପଲ୍ଲାରେ ଏକ ସ୍ଵତନ୍ତ୍ର ପରିଚୟ ଓ ସମ୍ମାନ ରହିଆସିଛି। ଏଠାରେ ରାବଣ ଙ୍କୁ ମାଳ, ମହାର୍ଘ ଅର୍ପଣ ସହିତ ସର୍ବଶ୍ରେଷ୍ଠ ସମ୍ମାନ ଦିଆଯାଏ । ଭାରତବର୍ଷର ବହୁତ କମ୍ ସ୍ଥାନରେ ରାବଣଙ୍କ ପ୍ରତି ଏଭଳି ସମ୍ମାନ ବ୍ୟକ୍ତ କରାଯାଏ..। କେବଳ ଅପକର୍ମ କାହାର ପରିଚାୟକ ହୋଇ ନ ଥାଏ,ବରଂ ତା’ର କିଛିଟା ଉଚିତ କର୍ମକୁ ମଧ୍ୟ ପ୍ରାଧାନ୍ୟ ଦେବା ଉଚିତ..। ଦଶପଲ୍ଲା ରେ ବିଧି ଅନୁଯାଇ କାଷ୍ଠରେ ନିର୍ମିତ ଦଶାନନ ରାବଣ ଓ ପୁଷ୍ପକ ବିମାନ ତିଆରି ହୁଏ । ସବୁଠାରୁ ବଡ଼ କଥା ଯେ ମହାବୀର କ୍ଷେତ୍ର ଦଶପଲ୍ଲା ରେ ହିଁ ଶୋତ୍ରୀୟ ପଣ୍ଡିତ ବ୍ରାହ୍ମଣ ମାନଙ୍କ ଦ୍ବାରା ,କାଷ୍ଠ ନିର୍ମିତ ରାବଣକୁ ଜୀବନ୍ୟାସ ଦେବା ବିଧି ରହିଅଛି । ଏଣୁ ପରଂପରା ଅନୁସାରେ ହଣ୍ଡାଏ ସୁସ୍ବାଦୁ ପଣା ଓ ବଡ଼ ବଡ଼ ଗଜ ମୁଆଁ ଭୋଗ ଲଗାଇଲା ପରେ କାଷ୍ଠ ନିର୍ମିତ ରାବଣଙ୍କ ଉତ୍ଥାନ ହୁଏ । ଆଉ ଆଶ୍ଚର୍ଯ୍ୟ ର କଥା ଯେ ସେଇ ଭୋଗ ପଣା ଓ ମୁଆଁ କେହି ଭକ୍ଷଣ କରନ୍ତି ନାହିଁ। ତାହା ଭୂମିରେ ପୋତା ଯାଇଥାଏ । ଦଶପଲ୍ଲା ର ଏହି ରାବଣ ଭାରତ ର ଏକମାତ୍ର କାଷ୍ଠ ରେ ନିର୍ମିତ ଚଳନ କ୍ଷମ ୩୫ଫୁଟ୍ ଉଚ୍ଚତା ବିଶିଷ୍ଠ ରାବଣ ଅଟେ । ଲଂକପତି ରାବଣ ଉଡ୍ଡ୍ରିଶ ତନ୍ତ୍ରର ଆଦ୍ୟ ସାଧକ ଏବଂ ଦେବଦେଵ ମହାଦେବଙ୍କର ପରମ ଭକ୍ତ ମଧ୍ୟ ଅଟନ୍ତି ।

Comments (0)
Add Comment