ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁର୍ନିତି ବିରୋଧୀ ଅଭିଯାନ ଜାରି । ନିକଟରେ ଅନେକ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟସରକାର । ତେବେ ଆଜି ୪ଜଣ କ୍ରୀଡା ପ୍ରଶିକ୍ଷକଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । କ୍ରୀଡା ବିକାଶରେ ସେମାନଙ୍କ ଆଶାନୁରୂପ ଅବଦାନ ନଥିବାରୁ ରାଜ୍ୟ ସରକାର ୪ଜଣ କ୍ରୀଡା କୋଚ୍ଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।
ଅବସର ଦିଆଯାଇଥିବା କୋଚ ମାନେ ହେଉଛନ୍ତି, ଭଲି ବଲ୍ କୋଚ୍ ପ୍ରଭାକର ତ୍ରିପାଠି ଓ ଜ୍ଞାନେନ୍ଦ୍ର ବଢେଇ । ବକ୍ସିଂ କୋଚ୍ ଶଙ୍କର ପ୍ରସାଦ ଅଧିକାରୀ ଏବଂ ହ୍ୟାଣ୍ଡବଲ୍ ପ୍ରଶିକ୍ଷକ ମନୋଜ କୁମାର ଦାସ । କ୍ରୀଡା କ୍ଷେତ୍ରରେ ଅପାରଗତା ହେତୁ ରାଜ୍ୟସରକାର ଏହି ୪ପ୍ରଶିକ୍ଷକଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି ।