ସତ୍ୟସାଇ ସେବାସମିତି ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

ସୁବର୍ଣ୍ଣପୁର : ଗତକାଲି ବିଶ୍ୱ ଦୃଷ୍ଟି ଦିବସ ଅବସରରେ ଶ୍ରୀ ସତ୍ୟସାଇ ସେବାସମିତି ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲିର ମିଳିତ ସହଯୋଗରେ ସମିତି ପରିସରରେ ଏକ ମାଗଣା ଡାଇବେଟିସ ରେଟିନୋପାଥି ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁରର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗଦେଇ ଶିବିରକୁ ଉଦଘାଟନ କରି ଥିଲେ । ଏଥିରେ ସମୁଦାୟ ୧୦୩ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏଥିରେ ୨୨ଜଣଙ୍କୁ ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିବା ବେଳେ ୧୦ଜଣଙ୍କୁ ଚକ୍ଷୁରେ ଅସ୍ତ୍ରୋପଚାର ପାଇଁ ଆଜି ଦିନଧାର୍ଯ୍ୟ କରାଯାଇ ପଣ୍ଡାପାଲି ବୀରମହାରାଜପୁର ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଥିରେ ୧୮ ଜଣଙ୍କୁ ଡାଇବେଟିସ ରେଟିନୋପାଥି ଚିହ୍ନଟ କରାଯାଇଥିବା ବେଳେ ୩୮ଜଣଙ୍କୁ ଚଷମା ପିନ୍ଧିବାପାଇଁ ପରାମର୍ଶ କରାଯାଇଛି । ତଥା ୧୫ଜଣ ସାଧାରଣ ଭାବରେ ନିଜ ଚକ୍ଷୁ ପରୀକ୍ଷା କରାଇଛନ୍ତି । ଏହି ଶିବିର ରେ ମହାନଦୀ ନେତ୍ର ଚିକିତ୍ସାଳୟର ବିଶେଷଜ୍ଞ ଡାକ୍ତର ଯୋଗଦେଇ ଥିବାବେଳେ ଶ୍ରୀ ସତ୍ୟସାଇ ସେବା ସମିତିର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଗୁଣନିଧି ପାତ୍ର, କନଭେନର ସମୀର ରଞ୍ଜନ ବହିଦାର, ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ସହ ସମିତିର ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment