ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସଭା ଗୃହ ଠାରେ ବିଶ୍ୱ ମୃତ୍ତିକା ଦିବସ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରେନିୟସ ପ୍ରଧାନଙ୍କ ସଭାପତିତ୍ୱରେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସଂଗ୍ରାମ ପରମ ଗୁରୁ ଏବଂ ମୃତ୍ତିକା ସଂରକ୍ଷଣ ତଥା ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ କୁମାର ପାଣିଗ୍ରାହୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଭିକ୍ଟୋରିୟା ଖାନ ଏବଂ ସହକାରୀ କୃଷି ଅଧିକାରୀ ଏମ୍. ଶ୍ରୀନିବାସ,ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦର୍ଶନ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଅତିଥିମାନେ ମୃତ୍ତିକା ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଚାଷୀମାନଙ୍କୁ ବୁଝାଇଥିଲେ । ପରିଶେଷରେ ୨୫ ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା ।