ଏସିଡ ମାଡରେ ଦୋକାନୀ ଗୁରୁତର

ହରଭଙ୍ଗା : ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ସାମ୍ପୋଚ ଗ୍ରାମରେ ବିଳମ୍ବିତ ରାତିରେ ଯୁବକଙ୍କୁ ଏସିଡ ମାଡ । ଦୋକାନ ସମ୍ମୁଖରେ ଶୋଇଥିବା ଅବସ୍ଥାରେ ଏସିଡ ମାଡ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ବୌଦ୍ଧ ମେଡିକାଲ ରେ ଭର୍ତ୍ତି। ଗୁରୁତର ଯୁବକ ସାମ୍ପୋଚ୍ ଗ୍ରାମର ସଞ୍ଜୟ ସ୍ୱାଇଁ । ପୂର୍ବ ଶତ୍ରୁତା କୁ ନେଇ ଏସିଡ ମାଡ ହୋଇଥିବା ସୂଚନା । ଅଭିଯୋଗ ଅନୁଯାୟୀ ସଞ୍ଜୟ ସ୍ୱାଇଁ ନିଜ ଦୋକାନ ସମ୍ମୁଖରେ ରାତି ରେ ସୋଇଥିବା ସମୟରେ ବଢ଼ିଗାଁ ଗ୍ରାମର ଗଗନ ବିଶି ଏବଂ ସାମ୍ପୋଚ ଗ୍ରାମର ଅନ୍ୟ ଜଣେ ଆସି ହଠାତ୍ ସଞ୍ଜୟ ଙ୍କ ଉପରକୁ ଏସିଡ ମାଡ କରି ସେଠାରୁ ଫେରାର ହୋଇଯାଇଥିଲେ । ତେବେ ସଞ୍ଜୟ କେବଳ ଗଗନ ବିଶି ଙ୍କୁ ଚିହ୍ନଟ କରିଥିବା ବେଳେ ଅନ୍ୟ ଜଣଙ୍କୁ ଚିହ୍ନଟ କରି ପାରିନାହାଁନ୍ତି । ଏସିଡ ମାଡ ପରେ ସଞ୍ଜୟ ଙ୍କୁ ତାଙ୍କ ପରିବାର ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲ ରେ ଆଣି ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ସଞ୍ଜୟଙ୍କ ଦେହ ସାରା ଏବଂ ମୁଣ୍ଡ ରେ ଏସିଡ ପଡ଼ିବାରୁ ଦେହର ଅଧିକାଂଶ ସ୍ଥାନ ପୋଡ଼ି ଯାଇଛି । ସେପଟେ ସଞ୍ଜୟ ଙ୍କ ପରିବାର ଲୋକେ ନିଜ ଗ୍ରାମର ଜଣେ ମହିଳା ଙ୍କୁ ସନ୍ଦେହ କରିବା ସହିତ ଗଗନ ବିଶି ଙ୍କ ନାମରେ ଆଦର୍ଶ ଥାନା ରେ ଏତଲା ଦେଇଥିବା ଜଣାପଡିଛି । ତେବେ କେଉଁ କାରଣରୁ ଏସିଡ ମାଡ ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ପୂର୍ବ ଶତ୍ରୁତା କୁ ନେଇ ନିଜ ଗ୍ରାମର କୌଣସି ବ୍ୟକ୍ତି ଗଗନ ଙ୍କୁ ଡାକି ସଞ୍ଜୟ ଙ୍କ ଉପରେ ଏସିଡ ମାଡ କରିଥିବା ସନ୍ଦେହ କରାଯାଉଛି । ଆଦର୍ଶ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବା ନେଇ ସୂଚନା ମିଳିଛି ।

Comments (0)
Add Comment