ଆନ୍ତର୍ଜାତୀୟ ମାନବାଧିକାର କାଉନସିଲ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଆନ୍ତର୍ଜାତୀୟ ମାନବାଧିକାର କାଉନସିଲ ପକ୍ଷରୁ ପ୍ରଥମ କରୋନା ଯୋଦ୍ଧା ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କୁ ମାନବାଧିକାର ପରିଷଦ ଗଜପତି ଜିଲ୍ଲା ବୋର୍ଡ ସଭାପତି ଆଲୋକ କୁମାର ବୋଷ ପୁଷ୍ପଗୁଚ୍ଛଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ ।ସେହି ଭଳି ଗଜପତିଜିଲ୍ଲା ଆରକ୍ଷୀ ଅଧୀକ୍ଷୀକା ସାରା ଶର୍ମା ଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ସେହିଭଳିପାରଳାଖେମୁଣ୍ଡିର ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କୁ ମଧ୍ୟ ମାନପତ୍ର ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇ ଥିଲା ।ଗଜପତି ଜିଲ୍ଲାରେ ପ୍ରଥମ କରୋନା ଯୋଦ୍ଧା ଭାବେ ଜିଲ୍ଲାପାଳ ଓ ଏସପି ଦିନରାତି ଜନସାଧାରଣଙ୍କୁ ସଚେତନତା, ସେବା ଯୋଗାଇ ଦେଉଥିବାରୁ ଓ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରୁଥିବାରୁ ଜିଲ୍ଲାର ପ୍ରଥମ କରୋନା ଯୋଦ୍ଧା ଭାବେ ସଂମ୍ମାନୀତ କରାଯାଇଛି ।ସେହି ପରି ଲାଇଫ ସଙ୍ଗଠନ ପକ୍ଷରୁ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପ ସଭାପତି ପ୍ରଦୀପ ଚୌଧୁରୀ ସାଧାରଣ ସମ୍ପାଦକ ଲିଲି ସାହୁ ଓ ମଞ୍ଜୁଳା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।ଏହିଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି ।

Comments (0)
Add Comment