ବାଘମୁଣ୍ଡ ଚାଇଲ୍ଡ ଲାଇନ ଉଦ୍ୟମରେ ଅଟକିଲା ବାଲ୍ୟବିବାହ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଲରମ୍ଭା ଥାନା ଅନ୍ତର୍ଗତ ବାଘମୁଣ୍ଡ ଗ୍ରାମରେ ଜଣେ ନାବାଳିକାଙ୍କ ପ୍ରସ୍ତାବିତ ବିବାହକୁ ଅଟକାଇଛି ଚାଇଲ୍ଡ ଲାଇନ । ଚଳିତ ମାସ ଏହି ଗାଁରେ ନାବାଳିକା ସହ ପୁଡୁକୁପଡା ଗାଁର ଜଣେ ସାବାଳକର ବିବାହ ଉତ୍ସବ ହୋଇଥାନ୍ତା । ସୂଚନା ପାଇ ବଲାଙ୍ଗୀର କଲ୍ୟାଣ ଚାଇଲ୍ଡ ଲାଇନ ବାଘମୁଣ୍ଡ ଗାଁରେ ପହଞ୍ଚି ନାବାଳିକାର ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ପ୍ରସ୍ତାବିତ ବିବାହକୁ ରୋକିବାରେ ସଫଳ ହୋଇଛନ୍ତି । ବାଲ୍ୟ ବିବାହ ବେଆଇନ ହୋଇଥିବା ବେଳେ ବାଲ୍ୟବିବାହରକୁ ପରିଣାମ ବିଷୟରେ ଝିଅର ପିତାମାତା ଉପସ୍ଥିତରେ ଗ୍ରାମବାସୀ ସମ୍ମୁଖରେ ବୁଝାଇବା ପରେ ସେମାନ ବିବାହ ନ କରିବାକୁ ରାଜି ହୋଇଥିଲା । ଝିଅ ସାବାଳିକା ନ ହେବା ପର୍ଯ୍ୟନ୍ତ ବିବାହ କରାଇ ପାରିବେ ନାହିଁ ବୋଲି ସେମାନେ ଚୁକ୍ତି କରିଛନ୍ତି । ଚୁକ୍ତି ଅବମାନନା କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି କୁହାଯାଇଛି । ଏଥିରେ କଲ୍ୟାଣ ଚାଇଲ୍ଡ ଲାଇନ ସୁପର ଭାଇଜର ମାଧବୀଲତା ମହାନନ୍ଦ , ସବ୍‌ ସେଣ୍ଟର ପାଟଣାଗଡ଼ ଟିମ୍‌ ଲିଡର ରଶ୍ମୀମୟୀ ନାୟକ, ଆକାଶ ମେହେର, ଅଙ୍ଗନବାଡ଼ି କର୍ମୀ ପାରିଜାତ ତ୍ରିପାଠୀ ସହ ଲରମ୍ଭା ଏସ୍‌ଆଇ କୁନା ସାହୁ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

Comments (0)
Add Comment