ବଜ୍ରପାତରେ ୪ ଗାଈଙ୍କ ମୃତ୍ୟୁ

ଦଶପଲ୍ଲା – ଆଜି ଅପରାହ୍ନ ସମୟରେ ଦଶପଲ୍ଲା ଅଂଚଳର ବିଭିନ୍ନ ସ୍ଥାନରେ ଅପରାହ୍ନ ସମୟରେ କାଳ ବୈଶାଖୀ ପ୍ରଭାବରେ ବର୍ଷା ସହିତ ବିଜୁଳି ଘଡଘଡି ହୋଇଥିବାବେଳେ ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଙ୍କତଇଳା ଗ୍ରାମ ନିକଟରେ ଏକ ମହୁଲ ଗଛ ମୂଳରେ, ଗ୍ରାମର ଉପେନ୍ଦ୍ର ଭୋଇ, ସୁଶାନ୍ତ ଭୋଇ, ପ୍ରଶାନ୍ତ ଭୋଇଙ୍କ ୪ଟି ଗାଈ ଶୋଇଥିବା ଅବସ୍ଥାରେ ବଜ୍ରପାତ ମାରିବାରୁ ୪ଟି ଗାଈଙ୍କ ମୃତ୍ୟୁ ହୋଇଅଛି । ଏ ବର୍ଷ କାଳବୈଶାଖି ଓ ବଜ୍ରପାତରେ ଦଶପଲ୍ଲା ଅଂଚଳ ରେ ଅନେକ ଗାଈଗୋରୁ ଙ୍କର ମୃତ୍ୟୁ ହୋଇଥିବାବେଳେ ଅଦ୍ୟାବଧି ଚାଷୀମାନଙ୍କୁ କୌଣସି କ୍ଷତିପୂରଣ ମିଳିନାହିଁ ।

Comments (0)
Add Comment