ସମ୍ବଲପୁର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର : ଲକଡାଉନ ତୃତୀୟ ପର୍ଯ୍ୟାୟର ଶେଷଦିନରେ ଆଜି ସମ୍ବଲପୁର ଜିଲ୍ଲାର ପ୍ରଥମ କରୋନା ପଜିଟିଭ ମାମଲା ଘୋଷଣା କରାଯାଇଛି । ରୋଗୀ ଜଣକ ଏଠାକାର ରେଢାଖୋଲ ଉପଖଣ୍ଡ ରେ ସଞ୍ଚାଳିତ ଏକ କ୍ବାରେଣ୍ଟାଇନ କେନ୍ଦ୍ର ରେ ଚିହ୍ନଟ କରାଯାଇଛି । ସେ ଜଣେ ୧୮ ବର୍ଷୀୟ ଯୁବକ ଓ ବାହାର ରାଜ୍ୟ ରୁ ଆସିଲା ପରେ ତାଙ୍କୁ ଉକ୍ତ କ୍ବାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଛି ଓ ପରୀକ୍ଷା ପାଇଁ ତାଙ୍କ ସ୍ବାବ ନମୁନା ଏଠାରେ ଭିମସାରରେ ସ୍ଥାପିତ କୋଭିଡ ପରୀକ୍ଷା କେନ୍ଦ୍ର କୁ ଆସିଥିଲା ଯାହାକି ଗତକାଲି ପରୀକ୍ଷାରେ ପଜିଟିଭ ବାହାରିଲା । ଆଜି ସକାଳୁ ଓଡ଼ିଶାର ବଢିଥିବା ୯୧ଟି ନୂତନ ମାମଲା ମଧ୍ୟରୁ ଏହା ଗୋଟିଏ । ଏହା ସହିତ କରୋନା ପଜିଟିଭ ଜିଲ୍ଲା ସୂଚୀରେ ସମ୍ବଲପୁର ସାମିଲ ହୋଇଛି, ଯାହାକୁ ନେଇ ଏଠାରେ ରାସ୍ତାଘାଟ, ଦୋକାନ ବଜାର ସବୁଠାରେ ଚର୍ଚ୍ଚା ହେଉଛି ଓ କିଛି ଲୋକେ ଆତଙ୍କିତ ମଧ୍ୟ ହେଲେଣି ବୋଲି ଖବର ମିଳୁଛି ।

Comments (0)
Add Comment