ଜିଲ୍ଲାର ବିଭିନ୍ନ ବିଭାଗର କର୍ମଚାରୀଙ୍କ ବଦଳି କେବେ?

ଗଜପତି ଜିଲ୍ଲାରେ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଦୀର୍ଘ ଦିନ ହେଲା ବଦଳି ହେଉନାହିଁଯାହାଫଳରେ ଜିଲ୍ଲାରେ ବିକାଶରେ ବାଧାସୃଷ୍ଟି ହେଉଛି ଜିଲ୍ଲା ରେ କର୍ମଚାରୀମାନେ କିଏ 5 ବର୍ଷ କିଏ ଦଶ ବର୍ଷଧରି ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଛନ୍ତି।ତେଣୁ କର୍ମଚାରୀ ମାନଙ୍କୁ ଅନ୍ୟ ଜିଲ୍ଲା ମାନଙ୍କୁ ବଦଳି ହେବାକୁ ଜନସାଧାରଣରେ ଦାବି ହେଉଛି।ରାଜ୍ୟସରକାର 5 ଟି ମୋ ସରକାର କହୁ ଥିବାବେଳେସ୍ୱଚ୍ଛତା ସକାଶେ ଜିଲ୍ଲାରେ 5 ଟି ମୋ ସରକାର କେତେ ଫଳପ୍ରଦ ବିଭିନ୍ନ ବିଭାଗର କର୍ମଚାରୀଙ୍କ ବଦଳି ନୀତିକୁସହଜରେ ଅନୁମେୟ କରି ହେଉଛି ବିଭିନ୍ନ ବିଭାଗରେକ୍ଷେତ୍ର କର୍ମଚାରୀ ହେଉ ବା ଅଫିସରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ବଦଳି ହେଉନାହିଁ।ଯାହା ଫଳରେ ସରକାରଙ୍କର ବିଭିନ୍ନ ଯୋଜନା ସଫଳ ରୂପାୟନ ହୋଇପାରୁ ନାହିଁ।ଜିଲ୍ଲାରେ ଦୁର୍ନୀତି ବଢ଼ିବାର ଅଭିଯୋଗ ହେଉଛି।ବିଭିନ୍ନ ବିଭାଗ ରେ ସ୍ଥାନୀୟ ଲୋକ କାମ କରୁଥିବାରୁ ସେମାନେ କାହାରିକୁ ଖାତିର ନ କରି ନିଜର ସାମ୍ରାଜ୍ୟ ବିସ୍ତାର କରି ଥାନ୍ତି।ସ୍ଥାନୀୟ କୁଜି ନେତାଙ୍କୁ ଧରି କାହାରି କୁ ଖାତିର କରନ୍ତି ନାହିଁ। ତେଣୁ ସେମାନଙ୍କୁ ଅନ୍ୟତ୍ର ଜିଲ୍ଲାକୁ ବଦଳି କରିବାପାଇଁ ଦାବି ହେଉଛି।ରାଜ୍ୟସରକାର ଏଥିପ୍ରତି ଗୁରୁତ୍ୱ ଦେଲେ ଜିଲ୍ଲାର ବିକାଶ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। �

Comments (0)
Add Comment