ବିପଦସଙ୍କୁଳ ଅବସ୍ଥାରେ ତାର ସାହାଯ୍ୟରେ ନଦୀ ପାର ହେଉଥିବା ବ୍ରିନ୍ଧାପଡା ଗ୍ରାମବାସୀଙ୍କ ପାଖରେ ପହଞ୍ଚିିଲା ପ୍ରଶାସନ

ଫୁଲବାଣୀ: ଲୋକେ କହୁଛନ୍ତି ରାସ୍ତା ନାହିଁ ୭୩ ବର୍ଷ ହେଲା ନଦୀ ପାର ହୋଇ ପଂଚାୟତ ହେଉ କିମ୍ବା ବ୍ଳକ ହେଉ ଅଥବା ଡାକ୍ତରଖାନା ଯିବା ଆସିବା କରୁଛୁ । ଅନେକ ଅଘଟଣ ମଧ୍ୟ ଘଟିଛି ।କିଛି ଜୀବନ ମଧ୍ୟ ଯାଇଛି । ଏମିତି ଆଜି ପର୍ଯ୍ୟନ୍ତ ଚଳିଆସୁଛୁ । ନେତା ମନ୍ତ୍ରୀ.ପ୍ରଶାସନ ଅଧିକାରୀଙ୍କୁ ଜଣାଇଛୁ । ସମସ୍ତେ ଜାଣି ଚୁପ ରହିଛନ୍ତି କିନ୍ତୁ ଥରେ ଦୁଇଥର ମଧ୍ୟ ଆସି ଦେଖିକି ଏଠାରେ ଝୁଲାପୋଲ ନିର୍ମାଣ କରିବାକୁ ପ୍ରତିଶୃତି ଦେଇ କହି ଯାଇଛନ୍ତି କିନ୍ତୁ ତାହା ପାଣିର ଗାର ହୋଇ ରହିଛି । ଯାହାବି ହେଉ ଆମେ ଏଇ ବାଟ ଦେଇ ଯିବା ଆସିବା କରିବୁ ବୋଲି ଗ୍ରାମବାସୀ କହୁଥିବା ନେଇ ବୁଧବାର ଦିନ ଗଣମାଧ୍ୟମରେ ତାର ସାହାଯ୍ୟରେ ନଦୀ ଉପରେ ଯିବାଆସିବା ଚିତ୍ର ଫୋଟ ସହ ଖବର ପ୍ରକାଶ କଲାପରେ ଚାରିଆଡେ ଚହଳ ପଡିଯାଇଥିଲା । ଏନେଇ ଗୁରୁବାର ଦିନ ବ୍ଳକ ପ୍ରଶାସନ ବିଡିଓ ଉକ୍ତ ଗ୍ରାମକୁ ପହଂଚିଛନ୍ତି ।ପ୍ରକାଶ ଥାଉକି ଏହି ଖବର ହେଉଛି କନ୍ଧମାଳ ଜିଲ୍ଳା କ ନୁଆଗାଁ ବ୍ଳକ ଗୁଞ୍ଜିବାଡି ପଂଚାୟତର ବିନ୍ଧାପଡା ଗ୍ରାମର ଏହି ଗ୍ରାମରେ ରହୁଛନ୍ତି ୨୦ଆଦିବାସୀ ପରିବାର ପ୍ରାୟ୧୫୦ ଜନସଂଖ୍ୟା ।ଏହାର ଆଖପାଖରେ ରହିଛି ଆହୁରି ୪ଖଣ୍ଡ ଗ୍ରାମ ଯଥା ବାରାଗୁଡ଼ା,ଦାବ୍ରାକେଡ଼ା,ଟୁଟା ମାହା ବାନ୍ଦାବାଜୁଟି ।ହେଲେ ଏହି ସବୁ ଗ୍ରାମ ନେଇ ବସବାସ କରୁଥିବା ଜନସାଧାରଣଙ୍କ ଯାତାୟତ ନିମନ୍ତେ ରାସ୍ତା ନିର୍ମାଣ ବାଞ୍ଜାମାହା ଦେଇ ରାଜପଥକୁ ସଂଯୋଗ କରୁଛି ।ହେଲେ ଏହି ଜାତୀୟ ରାଜପଥରୁ ଡାହାଣ ପଟକୁ କ.ନୁଆଗାଁ ବ୍ଳକ ଓ ବାମପଟକୁ ରାଇକିଆ ବ୍ଳକ ରହିଛି ।ବାଞ୍ଜାମାହା ଅଂଚଳଟି ରାଇକିଆ ବ୍ଳକ ଅଧିନରେ ରହିଛି ।ଏହି ବାଞ୍ଜାମାହା ଅଂଚଳର ବାମ ପଟକୁ ରହିଛି ଗୁଞ୍ଜିବାଡି ପଂଚାୟତ ଏହି ପଂଚାୟତ ଅଧିନରେ ରହିଛି ବ୍ରିନ୍ଧାପଡା,ଦାବ୍ରାକେଡ଼ା,ଟୁଟୁମାହା ଓ ବାନ୍ଧାବାଜୁଟି ଗ୍ରାମ ହେଲେ ବହୁ ପଛରେ ରହିଯାଉଛି ।ବ୍ରିନ୍ଧାପଡ଼ା ଗ୍ରାମ ସେମାନଙ୍କୁ ଗୁଞ୍ଜିବାଡ଼ା ପଂଚାୟତକୁ ଯିବାକୁ ହେଲେ ୬/୭ କିଲୋମିଟର ଦୁର ବାଞ୍ଜାମାହା ନିକଟ ଆଉ ଏକ ପୋଲ ଦେଇ ଜିବାକୁ ପଡ଼ୁଛି କିନ୍ତୁ କାଲିପେନୁ ନଦୀ ଯିବାକୁ ହେଲେ ମାତ୍ର ଦେଢ଼ ରୁ ଦୁଇ କିଲୋମିଟର ଦୁରତା ପଡୁଛି । ଗୁଞ୍ଜିବାଡ଼ା ପଂଚାୟତକୁ ମାତ୍ର ଦଶ ରୁ ବାର କିଲୋମିଟର ଦୁର ।ତେଣୁ ସେହି କାଲିପେନୁ ନଦୀର ଉଭୟ ପାଶ୍‌ôର୍ ଗଛର ମୁଳରେ ବିଦ୍ୟୁତ ତାର ବାନ୍ଧି ତାର ଉପରେ ଚାଲିକି ଯିବା ଆସିବା କରି ଜୀବନକୁ ବାଜି ଲଗାଇ ଆବାଳ ବୃଦ୍ଧ ବନୀତ ସମସ୍ତେ ଚଳୁଥିବା ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ଖବର ପ୍ରକାଶ କଲାପରେ ପ୍ରଶାସନ ଏହି ଗ୍ରାମବାସୀଙ୍କ ପାଇଁ ଅନ୍ୟ ଏକ ଉପାୟ ତିଆରି କରି ସହଯୋଗର ହାତ ବଢ଼ାଇଛି ।ଗତ ଗୁରୁବାର ଦିନ ବିଡିଓ ମନୋଜ କୁମାର ତ୍ରିପାଠୀ ଉକ୍ତ ଯାଗାରେ ପହଂଚି ଗଛରେ ବନ୍ଧା ହୋଇଥିବା ତାରକୁ ଖୋଲି ଦେଇଛନ୍ତି ଓ ସେହି ଗ୍ରାମକୁ ପିଡିଏସ ଚାଉଳ,ଗହମ,କିରୋସିନି ବିଧବା,ବାର୍ଦ୍ଧକ୍ୟ ଭିନ୍ନକ୍ଷମ ଭତା ସମେତ ଆବଶ୍ୟକ ଜିନିଷ ଗାଁରେ ନେଇ ଦିଆଜିବାକୁ ଓ ଛାତ୍ରଛାତ୍ରୀ ମାନେ ଲକେବାଡ଼ି ସ୍କୁଲକୁ ନଦୀ ଡେଇଁ ଯାଉଥିଲେ ସେହି ସ୍କୁଲକୁ ନଯାଇ ବାଞ୍ଜାମାହା ସ୍କୁଲକୁ ପଢ଼ିବାକୁ ଯିବାକୁ ନିଷ୍ପତି ନେଇଥିବା ଓ ଜିଲ୍ଲାପାଳ ଡ଼ା ବୃନ୍ଦା ଡି ଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି ।ଆଉ ପଂଚାୟତକୁ ସେମାନଙ୍କୁ ଯିବାକୁ ପଡିବ ନାହିଁ ।ଏଥି ସହିତ ଏଠାରେ ପୋଲ ନିର୍ମାଣ କରିବା ଉପରେ ଜିଲ୍ଳାପାଳ ଓ ସରକାରଙ୍କ ନଷ୍ପତି ନେଇ ଜଣାଇବେ ବୋଲି କହଛନ୍ତି ।ଜୀବନ ସହ ଖେଳ ଖେଳିବା ଖେତ୍ରରେ ତ୍ରୁଟି କାହାର ସ୍ପଷ୍ଟ ହୋଇପାରୁନାହିଁ । କାରଣ ଦେଶ ସ୍ୱାଧୀନ ପରଠାରୁ ଆଜିଯାଏ ନେତା ବଦଳୁଛନ୍ତି ଜିଲ୍ଲା ପ୍ରଶାସନ ବଦଳୁଛନ୍ତି ଅଧିକାରୀ ବଦଳୁଛନ୍ତି । ଯେଉଁମାନେ ସରକାରଙ୍କୁ ଭୋଟ ଦେଇ ଆସନରେ ବସାଉଛନ୍ତି ତାଙ୍କୂର ଜୀବନ ଶୈଳୀ,ଜିବୀକା,ଗମନାଗମନ ଓ ବାସସ୍ଥାନର ଚିତ୍ର ଆଜି ପର୍ଯ୍ୟନ୍ତ ବଦଳୁନାହିଁ କାହିକି ବୋଲି ଜନତାଙ୍କ ପ୍ରଶ୍ନ ଉଠୁଛି ।

Comments (0)
Add Comment