କାର୍ଗିଲ ବିଜୟ ଦିବସ ଅବସରରେ ଆର୍ମି ହସ୍ପିଟାଲକୁ ୨୦ ଲକ୍ଷ ଟଙ୍କା ଦାନକଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି କାର୍ଗିଲ ବିଜୟ ଦିବସ ଅବସରରେ ଆର୍ମି ହସ୍ପିଟାଲ (ଆର ଆଣ୍ଡ ଆର୍) ଦିଲ୍ଲୀକୁ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ରାଷ୍ଟ୍ରପତି ଭବନର ଖର୍ଚ୍ଚ କାଟ କରି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏହି ଟଙ୍କା ଦାନ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ତାଙ୍କର ଏଭଳି ପଦକ୍ଷେପ କରୋନା ଯୋଦ୍ଧାଙ୍କ ମନୋବଳ ବଢ଼ାଇବ । ଏହି ଟଙ୍କାରେ ହସ୍ପିଟାଲ କର୍ତ୍ତୃପକ୍ଷ ମେଡ଼ିକାଲ୍ ସରଞ୍ଜାମ କ୍ରୟ କରିବା ପାଇଁ ସେ ଉଲ୍ଲେଖ କରିଛନ୍ତି ।

Comments (0)
Add Comment