ରାଜ୍ୟରେ ଆର୍ଥିକ ଆତଙ୍କ ନାହିଁ

ଭୁବନେଶ୍ୱର: ବିରୋଧୀ ଦଳଗୁଡ଼ିକର ବିଭିନ୍ନ ଅଭିଯୋଗ ରଖି ବିଜେଡ଼ି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏସବୁକୁ ଖଣ୍ଡନ କରିଛନ୍ତି ।ଶ୍ରୀ ମିଶ୍ର କହିଛନ୍ତି, କେବଳ ରାଜନୈତିକ ଆକ୍ଷେପ ଛଡ଼ା ଏହା କିଛି ନୁହେଁ । ରାଜ୍ୟରେ କୌଣସି ଆର୍ଥିକ ଆତଙ୍କ ନାହିଁ । ଆମେ ସମସ୍ତଙ୍କ ପରାମର୍ଶ ନେଇ ଆର୍ଥିକ ପରିଚାଳନା କରୁଛୁ । କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ରାଜ୍ୟରେ ଯଦି ଆର୍ଥିକ ଆତଙ୍କ ନେଇ କୌଣସି ନିର୍ଦ୍ଦିଷ୍ଟ ଖବର ଥାଏ ତେବେ ତାହା ସାମ୍ନାକୁ ଆଣନ୍ତୁ । ରାଜ୍ୟ ସରକାର ବଜେଟ୍ ପ୍ରସ୍ତୁତ ବେଳେ ବିରୋଧୀ ଦଳଗୁଡ଼ିକର ମତାମତକୁ ନେଇ ବଜେଟ୍ ପ୍ରସ୍ତୁତ କରିଥାନ୍ତି । କଂଗ୍ରେସ ନେତା ଶ୍ରୀ କାନୁନଗୋ ମଧ୍ୟ ବଜେଟ୍ ପ୍ରସ୍ତୁତ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି, କାଳିଆ ଟଙ୍କା ନେଇ ବିଜେପି ଯେଉଁ ଅଭିଯୋଗ କରୁଛି ତାହା ରାଜନୀତି ଛଡ଼ା କିଛି ନୁହେଁ । ବିଜେପି ପାଖରେ ଯଦି କିଛି ତଥ୍ୟ ଅଛି, ସେ ଉପସ୍ଥାପନ କରୁ । ବିଜେପି ରାସନକାଡର଼୍ ଦୁର୍ନୀତି ନେଇ ଯେଉଁ ଅଭିଯୋଗ କରିଛି ତାହାର ମଧ୍ୟ ସତ୍ୟତା ନାହିଁ । ରାଜ୍ୟରେ ରାସନକାଡର଼୍ ଦୁର୍ନୀତି ହୋଇନାର୍ହି । ଯଦି କିଛି ଅଭିଯୋଗ ଅଛି, ସ୍ଥାନୀୟ ପ୍ରଶାସନ ପାଖରେ ଅଭିଯୋଗ କଲେ ସମାଧାନ ହୋଇପାରିବ । ଅନ୍ୟପଟେ ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଯେଉଁ ଚିଠି ଲେଖିଥିବା ବିରୋଧୀ ଦଳ ନେତା କହିଛନ୍ତି ସେ ସଂପର୍କରେ ଶ୍ରୀ ମିଶ୍ର କହିଛନ୍ତି, ସରକାର କେବଳ ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ପାଇଁ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କାଳିଆ ଟଙ୍କା ନଫେରାଇବା ପାଇଁ ଚାଷୀଙ୍କୁ କହିଛନ୍ତି । ଅନ୍ୟପକ୍ଷେ, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ରାସନ କାଡର଼୍ର ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ।

Comments (0)
Add Comment