ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାଏକଙ୍କୁ ହତ୍ୟା


ସମ୍ବଲପୁର, ୨୭/୬ – ମାତ୍ର ୧୦୦ ଟଙ୍କା ପାଇଁ ଜଣାଶୁଣା ଶିକ୍ଷାବିତଙ୍କ ଜୀବନ ଚାଲିଗଲା । ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି ବୋଲି ସୂଚନା ମିଳିଛି । କେହି ଜଣେ ଦୁର୍ବୃତ୍ତ ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ତାଙ୍କର କୁଅରମାଲ ସ୍ଥିତ ବାସଭବନରେ ଥିବାବେଳେ ଆକ୍ରମଣ କରିଥିଲା । ଆକ୍ରମଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଆଜି ଝାରସୁଗୁଡା ସ୍ଥିତ ସମଲେଶ୍ଵରୀ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା । ତେବେ ମେଡିକାଲରେ ଡାକ୍ତର ଧ୍ରୁବରାଜଙ୍କୁ ମୃତ ଘୋଷଣା କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ହତ୍ୟାକାରୀ ୧୦୦ ଟଙ୍କା ମାଗିଥିଲେ । ତେବେ ଟଙ୍କା ଦେବାକୁ ମନା କରିଦେବାରୁ ଟାଙ୍ଗୀଆ ରେ ଅତର୍କିତ ଭାବରେ ଆକ୍ରମଣ କରିଥିଲା । ମାତ୍ର ୧୦୦ ଟଙ୍କା ପାଇଁ ହତ୍ୟା ହୋଇଥିବା ସୂଚନା ଦେଲେ ଧ୍ରୁବରାଜଙ୍କ ଭାଇ । ବର୍ତ୍ତମାନ ଆକ୍ରମଣକାରୀକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ସେ ଜଣେ ଆମାୟିକ ପ୍ରବୀଣ ଶିକ୍ଷାବିତ ଭାବରେ ବହୁତ ଲୋକପ୍ରିୟ ଥିଲେ ।

Comments (0)
Add Comment