ବଲାଙ୍ଗିର : ଆଜି ସ୍ଥାନୀୟ ବରପାଲି ପଡା ମାନସି ମଣ୍ଡପ ଠାରେ ବଲାଙ୍ଗିର ଓ ସୋନପୁର ଜିଲ୍ଲ୍ାର ମିଳିତ ପ୍ରଚେଷ୍ଟାରେ ସୁପକାର ସଂଘ ଗଠିତ ହୋଇଯାଇଛି । କରୋନା ସମୟରେ କୋଭିଡ ନିୟମ ପାଳନ ସହ ସାମାଜିକ ଦୂରତାକୁ ରକ୍ଷା କରି ଉଭୟ ଜିଲ୍ଲାର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସର୍ବସମ୍ମତି କ୍ରମେ ସଂଘର ନାମ ମାଁ ସମଲେଶ୍ୱରୀ ସୁପକାର ସଂଘ ଭାବେ ନାମିତ କରଯାଇଥିଲା ଓ ପରେ ପରେ ସଂଘର କାମଗୁଡିକୁ ସୁଚାରୁ ରୂପେ ତୁଲାଇବା ପାଇଁ ସଂଘର କର୍ମକର୍ତ୍ତା ମନୋନିତ କରାଯାଇଥିଲା । ସଭାପତି ଭାବେ ବସନ୍ତ କୁମାର ତ୍ରିପାଠୀ, ସଂପାଦକ ଗୋକୁଳ ମିଶ୍ର, ଉପ ସଭାପତି ଆଦିକନ୍ଦ ରଥ, ଉପ ସଂପାଦକ ଦିବାକର ମିଶ୍ର, କୋଷାଧକ୍ଷ ଗଦାଧର ପଣ୍ଡା, ଉପ କୋଷାଧକ୍ଷ ରମେଶ ଚନ୍ଦ୍ର ମିଶ୍ର ଓ ଉପଦେଷ୍ଟା ଭାବରେ ବିଶ୍ୱମୟ ପୁଜାରୀ ତଥା ଆଇନ ପରାମର୍ଶଦାତା ଭାବରେ ଜିତେନ୍ଦ୍ର କୁମାର ପୁରୋହିତଙ୍କୁ ମନୋନିତ କରାଯାଇଥିଲା । ଏହି ସଭାରେ ସଂଘର ବିଭିନ୍ନ କର୍ମକର୍ତ୍ତା ସହ ରମାକନ୍ତ ମିଶ୍ର, ସୁମନ୍ତ ଦାସ, ରଞ୍ଜନ ଦାସ, ମାନସ ଦାସ, ବାଲ୍ମିିକି ଦାସ, ଚିତ୍ତରଂଜନ ମିଶ୍ର, କପିଲେଶ୍ୱର ମିଶ୍ର,ପ୍ରଦିପ ମିଶ୍ର, ସର୍ବେଶ୍ୱର ମିଶ୍ର, ବିଜୟ କୁମାର ତ୍ରିପାଠୀ,ଗିରିଶ ଚନ୍ଦ୍ର ମିଶ୍ର, ସଞ୍ଜୟ ତ୍ରିପାଠୀ,ସୁରାଜନ ମିଶ୍ର, ଭୂଲାମନ ଷଡ଼ଙ୍ଗୀ, ଦେବାର୍ଚ୍ଚର୍ଣ ଦାସ ଓ କେଶବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।