ପୁରୀରୁ ଗଡିଲା ଲକ୍ଷ୍ମୀ ବସ

ପୁରୀ : ରାଜ୍ୟରେ ବିଭିନ୍ନ ଜିଲ୍ଲା ପରେ ଆଜି ପୁରୀରୁ ଗଡିଲା ଲକ୍ଷ୍ମୀ ବସ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଯୋଗ ଲକ୍ଷ୍ମୀ ବସ ସେବାର ଉଦଘାଟନ କରିଛନ୍ତି । ପୁରୀ ଜିଲ୍ଲାର ୧୧ଟି ବ୍ଲକର ସମସ୍ତ ୨୩ ପଞ୍ଚାୟତକୁ ଲକ୍ଷ୍ମୀ ବସ ଗଡିବ ।ଏହି ୨୩ ଟି ବସ୍‌ ମଧ୍ୟରେ କୃଷ୍ଣପ୍ରସାଦ ବ୍ଲକକୁ ଛାଡ଼ି ଅନ୍ୟ ସମସ୍ତ ୧୦ ଟି ବ୍ଲକର ସମସ୍ତ ପଞ୍ଚାୟତକୁ ଲକ୍ଷ୍ମୀ ବସ ଗଡିବ । ଏହାମଧ୍ୟରୁ ୮ଟି ବ୍ଲକ ପାଇଁ ୧୬ ବସ୍‌ , ପୁରୀ ସଦର ଓ କାକଟପୁର ବ୍ଲକ୍‌ ପାଇଁ ୬ଟି ବସ୍‌ କରାଯାଉଛି । ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଥିବାବେଳେ ଗ୍ରାମବାସୀଙ୍କୁ ସହର ସହ ଯୋଡିବା, ସହଜ ଓ ସୁଲଭ ମୂଲ୍ୟରେ ଯାତାୟତ ବ୍ୟବସ୍ଥା, ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ସବୁ ପଞ୍ଚାୟତକୁ ବ୍ଲକ୍‌ ମୁଖ୍ୟାଳୟକୁ ନିଜନିଜ ପାଇଁ ଏହି ଲକ୍ଷ୍ମୀ ବସ୍‌ର ବ୍ୟବସ୍ଥା କରାଯାଇଛି । ପୁରୀ ଇଣ୍ଡୋର ଷ୍ଟାଡିୟମ୍‌ ଠାରେ ଆୟୋଜିତ ଉତ୍ସବରେ ପରିବହନ ସଚିବ ଡ଼ା. ଉଷା ପାଢ଼ୀ, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ରୁନ୍ଦ୍ର ମହାରଥୀ, ଉମା ସାମନ୍ତରାୟ,ସମୀର ରଞ୍ଜନ ଦାଶ, ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସ ବର୍ମା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ ଉପସ୍ଥିତ ଥିଲେ ।

Comments (0)
Add Comment