ହିନ୍ଦୁଧର୍ମ ବିରୁଦ୍ଧରେ ପ୍ରଚାରକାରୀଙ୍କୁ ପୁଲିସକୁ ହସ୍ତାନ୍ତର

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସମୟରେ ଲକ୍ଷ ଲକ୍ଷ ଲୋକ ସମାବେଶରୁ ଲାଭବାନ ହେବା ଆଶା ନେଇ ଏକ ଧର୍ମ ପ୍ରଚାରକ ଗୋଷ୍ଠୀକୁ ସ୍ଥାନୀୟ ଜନସାଧାରଣ ଉତ୍ତମ ମଧ୍ୟମ ଦେବା ସହିତ ପୁଲିସକୁ ହସ୍ତାନ୍ତର କରିଛନ୍ତି । ଉକ୍ତ ସମ୍ପ୍ରଦାୟର କିଛି ଲୋକେ ଏଠାକାର ବିଭିନ୍ନ ଜନବହୁଳ ସ୍ଥାନରେ ତାଙ୍କର ନିଜ ଧର୍ମପ୍ରଚାର ସହିତ ହିନ୍ଦୁଧର୍ମ ବିଷୟରେ ବିଭ୍ରାନ୍ତିକର ତଥ୍ୟ ସମ୍ବଳିତ ପୁସ୍ତକ ବିତରଣ କରୁଥିଲେ । ଏକଥା ଜାଣିବା ସଙ୍ଗେ ସଙ୍ଗେ ଅନେକ ସ୍ଥାନୀୟ ଜନସାଧାରଣ ଏହାର ବିରୋଧ କରିଥିଲେ ଓ ଏବିଷୟରେ ସେମାନଙ୍କ ସହିତ ଗରମ ଯୁକ୍ତି ତର୍କ ମଧ୍ୟ ହୋଇଥିଲା । ସ୍ଥିତି ବିଗଡିବା ପୂର୍ବରୁ କିଛି ବୁଦ୍ଧିଜୀବି ପୁଲିସ ଡକାଇ ସେମାନଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ସେଠାରେ ସମ୍ପୂର୍ଣ୍ଣ ବସ୍ତୁସ୍ଥିତି ଅନୁଧ୍ୟାନ କଲାପରେ ସେମାନଙ୍କୁ ସେମାନଙ୍କ ପ୍ରଚାର ସାମଗ୍ରୀ ସହିତ ସେଠାରୁ ପୁଲିସବଳ ଅନ୍ୟତ୍ର ନେଇଯାଇଥିଲେ ।

Comments (0)
Add Comment